Only for Entertainment

Birthday Special : ଖୁବ କମ୍ ଫ୍ୟାନ୍ସଙ୍କୁ ଜଣା ଗୁରୁ ରନ୍ଧାୱାଙ୍କ ଅସଲି ନାମ, କେବଳ ଦୁଇ ବର୍ଷରେ ହିଁ ବଲିଉଡରେ ଛାଇଯାଇଛନ୍ତି

google
36

ପଂଜାବୀ ସିଙ୍ଗର ଗୁରୁ ରନ୍ଧାୱା ମାତ୍ର ୨ ବର୍ଷ ମଧ୍ୟରେ ବଲିଉଡରେ ଏପରି ଛାଇ ରହିଛନ୍ତି ଯେ ତାଙ୍କ ଗୀତ ବିନା ଏବେ କୌଣସି ପାର୍ଟି ଅଧୁରା ଅଟେ ।ଆଜି ଗୁରୁ ରନ୍ଧାୱା ନିଜର ୨୮ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଗୁରୁ ରନ୍ଧାୱାଙ୍କ ଜନ୍ମ ୩୦ ଅଗଷ୍ଟ ୧୯୯୧ରେ ପଂଜାବର ଗୁରଦାସପୁର ଜିଲ୍ଲାରେ ହୋଇଥିଲା । ଗୁରୁ ରନ୍ଧାୱା ନାମରେ ସେ ଖୁବ ପରିଚିତ ଏହି ସଙ୍ଗରଙ୍କ ଅସଲି ନାମ ଖୁବ କମ ଲୋକଙ୍କୁ ଜଣାଥିବ । ତାଙ୍କର ଅସଲି ନାମ ଗୁରୁଚରଣଜୋତ ସିଂ ରନ୍ଧାୱା ।

ଗୁରୁ ନିଜ କ୍ୟାରିଅରର ଆରମ୍ଭ ଛୋଟ ଛୋଟ ଶୋ’ରୁ କରିଥିଲେ । ଏହା ପରେ ସେ ଦିଲ୍ଲୀ ଆସିଯାଇଥିଲେ ଏବଂ ଅନେକ ଗ୍ରୁପ୍ସ ସହିତ ମିଶି ଗୀତ ଗାଇବା ଆରମ୍ଭ କରିଥିଲେ । ଦିଲ୍ଲୀରେ ରହି ସେ ନିଜର ଏମବିଏ ମଧ୍ୟ ପୂରା କରିଥିଲେ ।

ଗୁରୁ ରନ୍ଧାୱାଙ୍କ ଗୀତ ତାଙ୍କୁ ଖୁବ କମ ସମୟରେ ହିଁ ଲୋକପ୍ରିୟ କରାଇପାରିଛି । ର୍ୟାପର ବୋହେମିଆ ତାଙ୍କୁ ‘ଗୁରୁ’ ନାମ ଦେଇଥିଲେ । ଗୁରୁଙ୍କ ନାମ ଖୁବ ବଡ ଥିବାରୁ ସେ ଏହା କରିଥିଲେ । ଏବଂ ଏହି ନାମ ତାଙ୍କୁ ଭଲ ପରିଚୟ ମଧ୍ୟ ଦେଇଛି ।

୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ ‘ହିନ୍ଦୀ ମିଡିଅମ’ରୁ ଗୁରୁ ନିଜର ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ ସଲମାନ ଖାନଙ୍କ ଦବଙ୍ଗ ଟୁରରେ ଭାଗ ନେଇ ଥିଲେ । ଗୁରୁଙ୍କ ସବୁଠାରୁ ଅଧିକ ଦେଖାଯାଇଥିବା ଗୀତ ‘ଲାହୋର’କୁ ୟୁଟ୍ୟୁବରେ ୭୮୦ ମିଲିଅନ ବା ୭୮ କୋଟିରୁ ଅଧିକ ଭ୍ୟୁଜ ମିଳିସାରିଛି ।

ନିକଟରେ ଗୁରୁଙ୍କ ଉପରେ କାନ୍ନାଡାର ବେକ୍ୟୁମ୍ବର ସହରରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ଗୁରୁଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ୪ଟି ସ୍ଟିଚ ପଡିଥିଲା । ଏହା ପରେ ଗୁରୁ ନିର୍ଣ୍ଣୟ ନେଇଛନ୍ତି ଯେ ସେ କାନ୍ନାଡାରେ ଆଉ ପର୍ଫମ କରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More