Only for Entertainment

୪୮ବର୍ଷରେ ପର୍ଦାପଣ କଲେ ତବୁ, ଜାଣନ୍ତୁ ତାଙ୍କ ଫିଲ୍ମ କ୍ୟାରିଅର ବିଷୟରେ କିଛି ଅଜଣା କଥା

google
23

ବଲିଉଡ ନାୟିକା ତବୁ ୪୮ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୪ନଭେମ୍ବର ୧୯୭୧ରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ । ତାଙ୍କ ପୁରା ନାମ ହେଉଛି ତବସୁମ ଫାତିମା ହାସମି । ସେ ପ୍ରଥମେ ତେଲୁଗୁ ଫିଲ୍ମ ‘କୁଲି ନମ୍ବର ୧’ରେ ଡେବ୍ୟୁ କରିଥିଲେ । ବଲିଉଡରେ ତବୁ ସର୍ବ ପ୍ରଥମେ ବୋନୀ କପୁରଙ୍କ ଫିଲ୍ମ ‘ପ୍ରେମ’କୁ ସାଇନ କରିଥିଲେ । କିନ୍ତୁ ଏହି ଫିଲ୍ମକୁ ନିର୍ମାଣ ହେବାକୁ ୮ବର୍ଷ ଲାଗିଯିବା ଫଳରେ ୧୯୮୦ରେ ତବୁ ଫିଲ୍ମ ‘ପେହେଲା ପେହେଲା ପ୍ୟାର’ ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ହେଲେ ଏହା ବକ୍ସ ଅଫିସରେ ହିଟ୍ ହୋଇ ନଥିଲା ।

ଏହାପରେ ଅଜୟ ଦେବଗନଙ୍କ ସହ ସେ ‘ବିଜୟପଥ’ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମ ଜରିଆରେ ତବୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ପରେ ‘ମ୍ୟାଚିସ’ , ‘ବିରାସତ’, ‘ଚାନ୍ଦିନି ବାର’ ଭଳି ଫିଲ୍ମରେ ସେ ଦମଦାର ଭୂମିକାରେ ନଜର ଆସିଥିଲେ । ଅଭିନୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ତବଙ୍କୁ ଫିଲ୍ମ ଫେୟାର ଆୱାର୍ଡ ଠାରୁ ଆରମ୍ଭ କରି ନ୍ୟାସନାଲ ଆୱାର୍ଡ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

ବଲିଉଡରେ ତାଙ୍କର ୩୯ ବର୍ଷର କ୍ୟାରିଅର । କେବଳ ବଲିଉଡ ନୁହେଁ ତବୁ ତେଲଗୁ, ମରାଠୀ, ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି । ତବୁଙ୍କ ନାମ ସହିତ ବଲିଉଡର ଅନେକ ଅଭିନେତାଙ୍କ ନାମ ଯୋଡା ଯାଇଥିଲେ ମଧ୍ୟ ସେ କାହିଁକି ବିବାହ କରିନାହାଁନ୍ତି ତାହାର କୌଣସି ସଠିକ ସୂଚନା ମିଳିପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More