Only for Entertainment

ଗଣେଷ ପୂଜାରେ ‘ବିଶ୍ୱନାଥ’ ।

youtube
0 43

ଓଡିଆ ଅଭିନେତା ସମ୍ବିତ ଏକ ତେଲୁଗୁ ଫିଲ୍ମରେ ଅଭିନୟ କରିବାର ଖବର ଆମେ ଆପଣଙ୍କୁ ଦେଇଥିଲୁ । ସମ୍ବିତଙ୍କ କାମରେ ଖୁସି ହୋଇ ତାଙ୍କୁ ନେଇ ହାଇଦ୍ରାବାଦର ଏକ ବଡ ପ୍ରଯୋଜନା ସଂସ୍ଥା ଏଗ ଓଡିଆ ଫିଲ୍ମ ତିଆରି କରିବା ଲାଗି ଆଗେଇ ଆସିଛି । ନିକଟରେ ମହୂରତ ହୋଇଥିବା ଏ ଫିଲ୍ମ ଶୀର୍ଷକ ରେଖା ଯାଇଛି ‘ବିଶ୍ୱନାଥ’ । ଏ ଫିଲ୍ମର ପ୍ରଯୋଜକ ହେଉଚନ୍ତି ଜାଭିରୁଦ୍ଦିନ, ସହ ପ୍ରଯୋଜକ ହେଉଛନ୍ତି ବିନ୍ଦୁ ଶଙ୍କର ଗୌଡ ।

ଫିଲ୍ମର ନିର୍ଦ୍ଦେଶନାର ଭାର ରହିଛି କିରନ୍ଙ୍କ ହାତରେ । ‘ବିଶ୍ୱନାଥ’ରେ ସଙ୍ଗୀତ ନିର୍ଦ୍ଧେଶକ ଏବଂ ସଂଳାପ ଲେଖକ ଅଛନ୍ତି ଯଥାକ୍ରମେ ଅଭିଜିତ ମଜୁମଦାର ଏବଂ ରଜନୀ ରଂଜନ । ଫିଲ୍ମରେ ସମ୍ବିତଙ୍କର ଏକ ଭିନ୍ନ ଧରଣର ଗେଟଅପ ଅଛି, ଅଛି ମଧ୍ୟ କିଛି ଆଖି ଝଲସା ଷ୍ଟଂଟ । ‘ବିଶ୍ୱନାଥ’ରେ ତାଙ୍କର ଅଛନ୍ତି ଦୁଇ ଜଣ ନାୟିକା ସମ୍ଭାବନା ଓ ସଂଗୀତା ।

ସମ୍ଭାବନା ପୂର୍ବେ ଗୋଟିଏ ଫିଲ୍ମରେ ଅଭିନୟ କରିଥିବା ଆପଣ ଜାଣିଥିବେ; ଅନ୍ୟପକ୍ଷରେ ହାଇଦ୍ରାବାଦରେ ରହୁଥିବା ଓଡିଆ ଝିଅ ସଙ୍ଗୀତା ମଧ୍ୟ ଦୁଇଯି ତେଲୁଗୁ ଫିଲ୍ମ କରିଛନ୍ତି । ଏମାନଙ୍କ ସହିତ ‘ବିଶ୍ୱନାଥ’ରେ ଆହୁରି ଅଛନ୍ତି ମିହିର ଦାସ, ପୃଥ୍ୱୀରାଜ, ସଲିଲ୍ ମିତ୍ର, ପ୍ରତିଭା ପଣ୍ଡା, ବିକାଶ ଦାସ ଓ ରାଜ ମୋହନ ପରିଡା ପ୍ରମୁଖ ।

ଫିଲ୍ମଟିକୁ ଆଗାମୀ ଗଣେଷ ପୂଜାରେ ରିଲିଜ୍ କରିବାର ଯୋଜନା ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More