Only for Entertainment

ସଲମାନଙ୍କ ସହିତ କାହିଁକି କାମ କରୁନାହାଁନ୍ତି ସନି ଦେଓଲ? ଜାଣନ୍ତୁ କ’ଣ କହିଲେ ସନି ।

89

ସନି ଦେଓଲଙ୍କ ଫିଲ୍ମ ବ୍ଲାଙ୍କ ର ଟ୍ରେଲର ରିଲିଜ ହୋଇ ସାରିଛି । ଫିଲ୍ମ ୩ ମଇକୁ ସିନେମାଘରେ ରିଲିଜ ହେବ । ଏହି ଫିଲ୍ମରେ ଡିମ୍ପଲ କପାଡ଼ିଆଙ୍କ ଭଣଜା କରଣ କପାଡ଼ିଆ ଡେବ୍ୟୁ କରିବେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବେହଜାଦ ଖବାଂଟା । ଟ୍ରେଲର ଲଂଚ ସମୟରେ ସନି କେତେକ କଥାର ଖୁଲାସା କରିଛନ୍ତି । ଏହା ସହିତ ସେ ସଲମାନଙ୍କ ସହିତ କାହିଁକି କାମ କରୁନାହାଁନ୍ତି ତାହାର ମଧ୍ୟ ଖୁଲାସା କରିଛନ୍ତି ।

ସନି କେତେକ ଫିଲ୍ମରେ କାମ କରିଛନ୍ତି ଏବଂ ମଲ୍ଟି ଷ୍ଟାରର ଫିଲ୍ମରେ ମଧ୍ୟ ସେ ବହୁଥର ନଜର ଆସିଛନ୍ତି । ଫିଲ୍ମ ବର୍ଡ଼ରକୁ ଖୁବ ସଫଳତା ମଧ୍ୟ ମିଳିଥିଲା । ଫିଲ୍ମ ଡରରେ ଶାହାରୁଖଙ୍କ ସହିତ ମଧ୍ୟ ନଜର ଆସିଥିଲେ । କିନ୍ତୁ ଏହାପରେ ତାଙ୍କୁ କାହା ସହିତ ଅଭିନୟ କରିଥିବାର ଦେଖିବାକୁ ମିଳିନାହିଁ । ସଲମାନ ତାଙ୍କ ସାଙ୍ଗ । କିନ୍ତୁ ଦୁଇ ଜଣଙ୍କୁ ଗୋଟିଏ ପରଦାରେ ଦେଖିବାର ସୁଯୋଗ ପାଇ ନାହାଁନ୍ତି ଦର୍ଶକ । ତେବେ ସେହିଭଳି କୌଣସି ସ୍କ୍ରିପ୍ଟ ତାଙ୍କ ନଜରକୁ ଆସିନଥିବା କହିଛନ୍ତି ସନି । ଦୁର୍ଭାଗ୍ୟବଶତଃ ସେହିଭଳି କୌଣସି ଆଇଡିଆ ଆସିନଥିବା କହିଛନ୍ତି ସନି ଦେଓଲ ।

କେବଳ ସେତିକି ନୁହେଁ ଦେଶଭକ୍ତି ଫିଲ୍ମକୁ କେବେ ମଧ୍ୟ ବିକ୍ରି ଯୋଗ୍ୟ ପ୍ରଡକ୍ଟ ଭାବରେ ଦେଖନ୍ତି ନାହିଁ, ଯାହା ସେ ନିଜେ କହିଛନ୍ତି । ତେବେ ଫିଲ୍ମ ବ୍ଲାଙ୍କ ଦେଶଭକ୍ତି ଏବଂ ଆତଙ୍କ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More