Only for Entertainment

ଖଲିବଲି ଗୀତରେ ଡ୍ୟାନ୍ସ କରି ମାଇକେଲ ଜ୍ୟାକସନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଟାଇଗର ଶ୍ରଫ, ଦେଖନ୍ତୁ ଭିଡିଓ

times of india
39

୨୫ ଜୁନ ମଙ୍ଗଳବାର ବ୍ରେକ ଡ୍ୟାନ୍ସର ବାଦଶାହ ଏବଂ ହଲିଉଡର ପ୍ରସିଦ୍ଧ ସିଙ୍ଗର ମାଇକେଲ ଜ୍ୟାକସନଙ୍କ ୧୦ମ ପୂର୍ଣ୍ଣତିଥି ଥିଲା । ମାଇକେଲ ଜ୍ୟାକସନ ୨୫ ଜୁନରେ ୨୦୦୯ରେ ଏହି ଦୁନିଆକୁ ଅଲବିଦା କରିଥିଲେ । ମାଇକେଲ ଜ୍ୟାକସନଙ୍କ ମନେ ପକାଇ ବଲିଉଡ ଅଭିନେତା ଟାଇଗର ଶ୍ରଫ ଅନୋଖା ଭାବରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଟାଇଗର ଶ୍ରଫ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ମାଇକେଲ ଜ୍ୟାକସନଙ୍କୁ ମନେ ପକାଇଛନ୍ତି । ଏହି ଖାସ ଭିଡିଓରେ ଟାଇଗର ରଣବୀର ସିଂଙ୍କ ଫିଲ୍ମ ପଦ୍ମାବତର ଗୀତ ଖଳିବଲିରେ ଜ୍ୟାକସନଙ୍କ ଷ୍ଟାଇଲରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଟାଇଗର ଶ୍ରଫଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଧ୍ୟ ଏହି ଟ୍ରିବ୍ୟୁଟକୁ ଖୁବ ପସନ୍ଦ କରିଛନ୍ତି । ଭିଡିଓ ସେୟାର କରି ଟାଇଗର କ୍ୟାପସନରେ ଲେଖିଥିଲେ, ‘ବିଶ୍ୱାସ ହେଉନାହିଁ ୯ବର୍ଷ ବିତି ଗଲାଣି । ମୋର ବିଶ୍ୱାସ ଥିଲା ଖିଲିଜୀ ମଧ୍ୟ ଆପଣଙ୍କୁ ନିଜ ଆସନ ଦେଇଥାନ୍ତା ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More