Only for Entertainment

ଶବାନା ଆଜମୀଙ୍କ ମା’ଙ୍କ ଦେହାନ୍ତ, ବଲିଉଡରେ ଖେଳିଗଲା ଶୋକର ଲହରୀ !

45

ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ ମାଁ ଏବଂ ଉର୍ଦ୍ଦୂର ପ୍ରସିଦ୍ଧ ଶାୟର କୈଫୀ ଆଜମୀଙ୍କ ପତ୍ନୀ ଶୌକତ ଆଜମୀଙ୍କ ଦେହାନ୍ତ ହୋଇଛି । ତାଙ୍କର ବୟସ ୯୦ବର୍ଷ ହୋଇଥିଲା । ଶୌକତଙ୍କ ଜ୍ୱାଈଁ ତଥା ପ୍ରସିଦ୍ଧ ଗୀତକାର ଜାବେଦ ଅଖତର ଏହି ଖବର ଜଣାଇଛନ୍ତି । ଶୁକ୍ରବାର ସଂଧ୍ୟାରେ ଜୁହୁ ସ୍ଥିତ ଘରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ ହୋଇଛି । ଶୌକତ ଦୀର୍ଘ ଦିନ ଧରି ବେମାର ଥିଲେ । ତାଙ୍କର ଶନିବାର ତଥା ଆଜି ମଧ୍ୟାହ୍ନରେ ଶବ ସତ୍କାର କରାଯିବ । ଏହି ଖବର ସାମ୍ନାକୁ ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ଶବାନାଙ୍କ ଘରେ ବୋନି କପୂର, ସତୀଶ କୌଶିକ, ତବୁ, ମନୀଷା କୋଇରାଲଙ୍କ ସମେତ ଆହୁରି ଅନେକ କଳାକାର ଉପସ୍ଥିତ ହୋଇଛନ୍ତି ।

ଅଖତର କହିଛନ୍ତି ଯେ ତାଙ୍କୁ ୯୩ବର୍ଷ ହୋଇଥିଲା ଏବଂ ସେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ । ତାଙ୍କୁ କୋକିଲାବାଇ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପାଇଁ ତାଙ୍କୁ ଆଇ ସି ୟୁରେ ମଧ୍ୟ ରଖାଯାଇଥିଲା ।

ପ୍ରସିଦ୍ଧ ଶାୟର କୈଫ ଆଜମୀଙ୍କ ପତ୍ନୀଙ୍କୁ ଲୋକମାନେ ଶୌକତ ଆପା ବୋଲି ସମ୍ବୋଧନ କରୁଥିଲେ । ଶୌକତ ମୁଜ୍ଜଫର ଅଲୀଙ୍କ ଫିଲ୍ମ ‘ଉମରାଓ ଜାନ, ଏମଏସ ସାଥ୍ୟୁଙ୍କ ‘ଗରମ ହବା’ ଏବଂ ସାଗର ସାଥାଡିଙ୍କ ଫିଲ୍ମ ‘ବାଜାର’ରେ ଅଭୁଲା ସ୍ମୃତି ଭଳି ଭୂମିକା ତୁଲାଇଥିଲେ । ଶୌକତ ଶେଷଥର ଫିଲ୍ମ ‘ସାଥିୟା’ (୨୦୦୨)ରେ ନଜର ଆସିଥିଲେ, ଯେଉଁଥିରେ ସେ ପିଉସୀଙ୍କ ଭୂମିକା ତୁଲାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More