Only for Entertainment

ଫିଲ୍ମକୁ ଆସିବା ପୂର୍ବରୁ ଏହି କାମ କରୁଥିଲେ ‘ବାହୁବଳୀ’ ଅଭିନେତ୍ରୀ, ଇଣ୍ଡଷ୍ଟ୍ରୀରେ ୧୪ ବର୍ଷ ପୂରା ହେବାକୁ ନେଇ ସେୟାର କଲେ ଇମୋସନାଲ ପୋଷ୍ଟ

google
87

ଫିଲ୍ମ ‘ବାହୁବଳୀ : ଦ କନକ୍ଲୁଜନ’ରେ ଦେବସେନା ଭାବେ ପୂରା ଦୁନିଆରେ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଫିଲ୍ମ ଇଣ୍ଟଷ୍ଟ୍ରୀରେ ୧୪ ବର୍ଷ ପୂରା କରିଛନ୍ତି । ଅନୁଷ୍କା ନିଜର ଏହି ଖାସ ଦିନରେ ଫ୍ୟାନ୍ସଙ୍କୁ ଏକ ଉପହାର ଦେଇଛନ୍ତି । ସେ ନିଜର ଆଗାମୀ ଫିଲ୍ମର ପୋଷ୍ଟର ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି ।

ଅନୁଷ୍କା ସୋସିଆଲ ମିଡିଆରେ ଏହା ସହିତ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ଲେଖିଛନ୍ତି, ’୧୪ ବର୍ଷରେ ପ୍ରତ୍ୟେକ ସମୟରେ ସମସ୍ତଙ୍କ ଠାରୁ ଅନେକ ଭଲ ପାଇବା ମିଳିଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି…ମୋର ସମସ୍ତ ନିର୍ଦ୍ଦେଶକ, ପ୍ରଡ୍ୟୁସର, କୋ-ଷ୍ଟାର୍ସ, କ୍ରୁ ଏବଂ ପ୍ରତ୍ୟେକ ଷ୍ଟାଫ ଯେଉଁମାନେ ମୋ ସହିତ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଏହି ଯାତ୍ରାକୁ ସସ୍ମରଣୀୟ କରିବା ପାଇଁ ଧନ୍ୟବାଦ । ’

 

କହିରଖୁଛୁ ଯେ, ବାହୁବଳୀ ପରେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ନା କେବଳ ସାଉଥରେ ବରଂ ପୂରା ଦୁନିଆରେ ଛାଇଯାଇଥିଲେ । ଅନୁଷ୍କା ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଯୋଗ ଇଷ୍ଟ୍ରକ୍ଟର ଭାବେ କାମ କରୁଥିଲେ । ଅନୁଷ୍କାଙ୍କ ସୁନ୍ଦରତାକୁ ଦେଖି ଜଣେ ଫିଲ୍ମ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମର ଅଫର ଦେଇଥିଲେ । ଏହି ଫିଲ୍ମରେ ସେ ସହଅଭିନେତ୍ରୀ ଭାବେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତ ଖୁବ ପସନ୍ଦ କରିଥିଲେ ।

ବାହୁବଳୀ ଷ୍ଟାର ପ୍ରଭାସଙ୍କ ସହିତ ଅନୁଷ୍କାଙ୍କ ନାମ ଯୋଡି ହୋଇଛି । କିନ୍ତୁ ଦୁହେଁ ପରସ୍ପରର ବନ୍ଧୁ ବୋଲି କହିଛନ୍ତି । ଏହା ସହିତ ଦୁହିଁଙ୍କ ପରିବାର ଫ୍ୟାମିଲି ଫ୍ରେଣ୍ଡସ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More