Only for Entertainment

ପ୍ରିୟଙ୍କା ଚୋପ୍ରାଙ୍କୁ ମିଳିଛି ‘ଦୌଲତ କି ଚାଟ’, ଶେୟାର କଲେ ଫଟୋ !

58

ପ୍ରିୟଙ୍କା ଚୋପ୍ରା କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ଦ ହ୍ୱାଇଟ ଟାଇଗର’ସୁଟିଂ ପାଇଁ ଦିଲ୍ଲୀ ଆସିଛନ୍ତି । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ରାଜକୁମାର ରାଓ ନଜର ଆସିବେ । ଦିଲ୍ଲୀରେ ସୁଟିଂ ସମୟରେ ତାଙ୍କୁ ଦୌଲତି ଚାଟ ମିଳିଛି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କୁ ମିଠା ସହ ଟଙ୍କା ମଧ୍ୟ ମିଳିଛି । ସେ ଫଟୋ ଶେୟାର କରି ଲେଖିଛନ୍ତି ‘ମେରୀ ମିଠାଇ ମେଁ କ୍ୟାଶ । ଏବେ ଏହା ପ୍ରଥମ ଦୌଲତି ଚାଟ ଅଟେ । ପ୍ରିୟଙ୍କା ଚୋପ୍ରାଙ୍କ ମିଠାରେ ୫୦୦ଟଙ୍କାର ଅନେକ ନୋଟ ଲାଗିଛି ।

ପ୍ରିୟଙ୍କା କିଛି ଦିନ ପୂର୍ବେ ଦିଲ୍ଲୀ ଆସିବା ପରେ ପ୍ରଦୂଷଣକୁ ନେଇ ପୋଷ୍ଟ କରିଥିଲେ । ସେ ମାସ୍କ ପିନ୍ଧି ଫଟୋ ପୋଷ୍ଟ କରି ଲେଖିଥିଲେ ଯେ ଏଠାରେ ସୁଟିଂ କରିବା ଖୁବ କଷ୍ଟକର । ଲୋକମାନେ ଏଭଳି ପରିସ୍ଥିତିରେ କିପରି ରହୁଛନ୍ତି ତାହା ଲେଖି ପ୍ର୍ରିୟଙ୍କା ଶେୟାର କରିଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ‘ଦ ହ୍ୱାଇଟ ଟାଇଗର’ବିଷୟରେ କହିବାକୁ ଗଲେ ଏହା ନେଟଫ୍ଲିକ୍ସ ପ୍ରୋଜେକ୍ଟ ଅଟେ । ଏହି ଫିଲ୍ମ ଅରବିନ୍ଦ ଅଡିଗାଙ୍କ ଉପନ୍ୟାସ ଉପରେ ଆଧାରିତ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରମିନ ବହରାନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More