Only for Entertainment

ଆପଣ ଜାଣନ୍ତିକି ଆପଣଙ୍କ ଘରେ ଟଙ୍କା କାହିଁକି ରହୁନାହିଁ ।

abpnews.abplive.in
33

ବାସ୍ତୁ ସହିତ ମଣିଷ ଜୀବନର ଏକ ଗଭୀର ସଂପର୍କ ରହିଛି । ବାସ୍ତୁ ଅନୁସାରେ ମଣିଷ ଉପରେ ପ୍ରଭାବ ପଡ଼ିଥାଏ ।ଅଧିକାଂଶ ବ୍ୟକ୍ତି ଏହାକୁ ବିଶ୍ୱାସ କରନ୍ତି । ବାସ୍ତୁ ସମସ୍ୟା ଆରମ୍ଭ ହେଲେ ଶରୀର ଅସୁସ୍ଥ ଠାରୁ ଆରମ୍ଭ କରି ଧନହାନୀ ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଧୀରେ ଧୀରେ ଆରମ୍ଭ ହେବାରେ ଲାଗିଥାଏ । କିନ୍ତୁ କେହି କେହି ଏହାକୁ ବିଶ୍ୱାସ କରନ୍ତିତ ଆଉ କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ ଏବଂ ଜାଣିପାରନ୍ତି ନାହିଁ ଯେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ତେବେ ଏ ସବୁର କାରଣ ହେଉଛି ଆପଣଙ୍କ ଘରେ ହେଉଥିବା ବାସ୍ତୁ ଦୋଷ । ଯାହା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟାମାନ ଆରମ୍ଭ ହୋଇଥାଏ ।

ବାସ୍ତୁ ଅନୁସାରେ ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଦିଗକୁ ଟଙ୍କାର ଦିଗ କୁହାଯାଏ ।ଏହି ଦିଗରେ କୌଣସି ଦୋଷ ରହିଲେ ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଏ ।କୁହାଯାଏ ଯେଉଁ ଘରର କୋଣରେ ଅଳିଆ ଆବର୍ଜନା ରହୁଥାଏ ସେହି ଘରେ ଟଙ୍କା କେବେ ମଧ୍ୟ ରହେ ନାହିଁ ।

ଯେଉଁ ଘରେ ଉତ୍ତର-ପୂର୍ବ ଦିଗରେ ଅନ୍ଧାର ରହିଥାଏ,ସେଠାରେ ମଧ୍ୟ ଟଙ୍କା ହାନି ହୋଇଥାଏ ।ଏହି କୋଣକୁ ଲକ୍ଷ୍ମୀଙ୍କ କୋଣ କୁହାଯାଏ ।

ଦକ୍ଷିଣ ଦିଗକୁ ଯମ ଦିଗ କୁହାଯାଏ ।ତେଣୁ ଏହି ଦିଗରେ କେବେ ମଧ୍ୟ ଟଙ୍କା ରଖୁଥିବା ଲକର ରଖିବା ଅନୁଚିତ ।

ବାସ୍ତୁ ଅନୁସାରେ ଘର ମଧ୍ୟରେ ଓଜନିଆ ଜିନିଷ,ଶୌଚାଳୟ ରହିବା ଦ୍ୱାରା ବିଭିନ୍ନ କ୍ଷତି ଘଟିଥାଏ ।ଏହା ଦ୍ୱାରା ଆର୍ଥିକ ଏବଂ ମାନସିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ।ତେଣୁ ଏହି ସ୍ଥାନରେ ଯଦି କୌଣସି ତ୍ରୁଟି ରହିଛି ତେବେ ତାହାକୁ ଠିକ କରନ୍ତୁ ।

ଘରର ଉତ୍ତର-ପୂର୍ବ ଦିଗରେ କେବେ ମଧ୍ୟ ରୋଷେଇ ଘର ନିର୍ମାଣ କରନ୍ତୁ ନାହିଁ । ଏହା ଦ୍ୱାରା ଆର୍ଥିକ ପରିସ୍ଥିତି ଉପୁଜି ଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More