Only for Entertainment

ରୂପେଲି ପରଦାକୁ ଫେରୁଛନ୍ତି ଅନୁ, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର

Stars Fact
0 57

ଓଲିଉଡରେ ଏବେ ଦେବଦାସ, ଚନ୍ଦ୍ରମୁଖୀ ଏବଂ ପାରୋଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଛି ଫିଲ୍ମ । ଫିଲ୍ମର ଟାଇଟଲ ରହିଛି ‘ନାୟକର ନାଁ ଦେବଦାସ’ । ଆଞ୍ଜନେୟ ମିଡିଆ କ୍ରିଏସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ହେଉଛନ୍ତି ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି) ।

anu

ସବୁଠାରୁ ବଡ କଥା ହେଉଛି ଏହି ଫିଲ୍ମ ଜରିଆରେ ଓଲିଉଡକୁ କମବ୍ୟାକ କରୁଛନ୍ତି ନାୟିକା ଅନୁ ଚୌଧୁରୀ । ଏହି ସିନେମାରେ ଅନୁ ଚନ୍ଦ୍ରମୁଖୀ ଚରିତ୍ରରେ ନଜର ଆସିବେ । ଏହା ପୂର୍ବରୁ ଅନୁଙ୍କୁ ଶେଷଥର ପାଇଁ ‘ଗଡ ଫାଦର’ରେ ଦେଖିବାକୁ ମିଳିଥିଲା । ସେହିପରି ଦେବଦାସ ଭୂମିକାରେ ଅସିତ ଅଭିନୟ କରୁଛନ୍ତି । ଅସିତ ଏହା ପୂର୍ବରୁ ‘ଭୈରଭ’ ଫିଲ୍ମରେ ନଜର ଆସିଥିଲେ ।

ଅନୁ ଏବଂ ଅସିତଙ୍କ ବ୍ୟତିତ ଏହି ଫିଲ୍ମରେ ବିଜୟ ମହାନ୍ତି, ସ୍ମିତା ମହାନ୍ତି, ନମ୍ରତା ଦାସ, ଅପରାଜିତା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଆଶା କରାଯାଉଛି ଏହି ସିନେମା ଅନୁଙ୍କ କ୍ୟାରିୟରକୁ ଏକ ଭିନ୍ନ ମୋଡ ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More