Only for Entertainment

ବଲିଉଡ କମେଡିଆନ ରାଜପାଲ ଯାଦଙ୍କୁ ୩ ମାସର ଜେଲ

Zee News
32

ବଲିଉଡ କମେଡିଆନ୍ ରାଜପାଲ ଯାଦବଙ୍କୁ ଆଜି ୩ ମାସର ଜେଲ୍ଦଣ୍ଡ ମିଳିଛି। ରାଜପାଲ ଋଣ ନେଇ ଏହାକୁ ପରିଶୋଧ ନ କରିବାରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ତୁରନ୍ତ ତିହାର ଜେଲରେ ଭର୍ତ୍ତି କରିବାକୁ କୋର୍ଟ କହିଛନ୍ତି।

ଅସଲରେ ୨୦୧୦ରେ ରାଜପାଲ ଯାଦବ ୫ କୋଟି ଟଙ୍କା ଋଣ କରିଥିଲେ। ରାଜପାଲ ନିଜର ପ୍ରଯୋଜନା ସଂସ୍ଥା ଶ୍ରୀ ନଉରଙ୍ଗ ଗୋଦାବରା ଏଣ୍ଟରଣ୍ଟେନମେଣ୍ଟ କମ୍ପାନୀ ନାଁରେ ଏହି ଋଣ ଉଠାଇଥିଲେ। ରାଜପାଲ ପ୍ରମଥର ନିଜ ନିର୍ଦ୍ଦେଶନାରେ ‘ଆତା ପତା ଲାପତା’ ଫିଲ୍ମ ନିର୍ମାଣ କରିବାକୁ ଏହି ଟଙ୍କା ନେଇଥିଲେ। କିନ୍ତୁ ଏହାକୁ ସେ ପରିଶୋଧ ନ କରିବାରୁ ଋଣ ଦେଇଥିବା କମ୍ପାନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଫିଲ୍ମଟି ୨୦୧୨ରେ ରିଲିଜ୍ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More