Only for Entertainment

ଗୋଟିଏ ଦିନରେ ବରୁଣ-ସାରାଙ୍କ ଫିଲ୍ମ କୁଲି ନମ୍ବର ୱାନ’ର ତିନୋଟି ପୋଷ୍ଟର ଆଉଟ, ରିଲିଜ ଡେଟ ଘୋଷଣା କଲେ ଡେଭିଡ ଧାୱନ

hindirush
113

ବରୁଣ ଧାୱନ ଏବଂ ସାରା ଅଲି ଖାନଙ୍କ ଫିଲ୍ମ କୁଲି ନମ୍ବର ୱାନ’ର ନିର୍ମାତା ଫିଲ୍ମର ଦୁଇଟି ପୋଷ୍ଟର ଏବଂ ଗୋଟିଏ ମୋଶନ ପୋଷ୍ଟର ରିଲିଜ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଡେଭିଡ ଧାୱନ । ଫିଲ୍ମ ୧ ମଇ ୨୦୨୦କୁ ରିଲିଜ ହେବ ।

 

 

ବରୁଣ ଧାୱନ କୁଲି ନମ୍ବର ୱାନ’ର ପୋଷ୍ଟର ଶେୟାର କରିଛନ୍ତି । ତେବେ ଯେପରି ଆପଣ ଜାଣିଛନ୍ତି ଆଜି ସାରା ଅଲି ଖାନଙ୍କ ଜନ୍ମଦିନ, ପୋଷ୍ଟର ଶେୟାର କରି ବରୁଣ ଲେଖିଛନ୍ତି , ସାରା ତେରା ବର୍ଥଡେ ଆୟା, ବର୍ଥଡେ କେ ଦିନ ମେଁ ତେରେ ଲିୟେ ପୋଷ୍ଟର ଲାୟା ।

ନିର୍ମାତା ଫିଲ୍ମର ରିଲିଜ ତାରିଖ ଘୋଷଣା କରି ସାରିଛନ୍ତି । ଏହି ଫିଲ୍ମ ଆସନ୍ତା ବର୍ଷ ୧ ମଇକୁ ରିଲିଜ ହେବ । ୧୯୯୫ରେ ରିଲିଜ ହୋଇଥିବା ଫିଲ୍ମ କୁଲି ନମ୍ବର ୱାନ’ର ନିର୍ଦ୍ଦେଶକ ଡେଭିଡ ଧାୱନ ହିଁ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମର ସୁଟିଂ ଏବେ ବ୍ୟାଙ୍କକକରେ ଚାଲୁଛି । ଏହାପରେ ଲଣ୍ଡନରେ ଫିଲ୍ମ ସୁଟିଂ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More