Only for Entertainment

‘ଦବଙ୍ଗ ୩’ରେ ଭାଇଜାନ ସଲମାନ ଖାନଙ୍କ ସହିତ ଠୁମକା ଲଗାଇବେ ମୌନୀ ରୟ, ଏହି ଦିନରୁ ଆରମ୍ଭ ହେବ ସୁଟିଂ

NDTV
35

ବଲିଉଡ ଅଭିନେତା ସଲମାନ ଖାନ ଫିଲ୍ମ ‘ଭାରତ’ ପରେ ‘ଦବଙ୍ଗ ୩’ରେ ନଜର ଆସିବେ । ଗତ କିଛି ଦିନରୁ ସଲମାନ ଖାନ ‘ଦବଙ୍ଗ ୩’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ର ସୁଟିଂ ଏବେ ମୁମ୍ବାଇରେ ଆରମ୍ଭ ହୋଇ ସାରିଥିବା ବେଳେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ଫିଲ୍ମ ଦବଙ୍ଗ ୩ରେ ଅଭିନେତ୍ରୀ ମୌନୀ ରୟ ସଲମାନଙ୍କ ସହିତ ଠୁମକା ଲଗାଉଥିବାର ନଜର ଆସିବେ । ଦୁହେଁ ଫିଲ୍ମର ଏକ ସ୍ପେଶାଲ ନମ୍ବରରେ ନଜର ଆସିବେ । ସଲମାନ ଖାନ ଏବଂ ମୌନୀ ରୟ ଖୁବ ଶୀଘ୍ର ଏହି ଗୀତର ସୁଟିଂ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳିଛି । ଏହି ଗୀତର ସୁଟିଂ ପାଇଁ ମୁମ୍ବାଇର ୱେଷ୍ଟ ଷ୍ଟୁଡିଓରେ ଏକ ସେଟ ପ୍ରସ୍ତୁତ କରାଯାଇଛି । ଆଗାମୀ ସପ୍ତାହରୁ ଏହି ଗୀତର ସୁଟିଂ ଆରମ୍ଭ ହେବ । କିନ୍ତୁ ଏପର୍ଯ୍ୟନ୍ତ ମେକର୍ସ ଏହା ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି ।

ନିକଟରେ ପିଲ୍ମର ପ୍ରଥମ ସିଡ୍ୟୁଲ ମଧ୍ୟ ପ୍ରଦେଶରେ ପୂରା କରିଥିଲେ । ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫିଲ୍ମକୁ ପ୍ରଭୂଦେବା ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ଫିଲ୍ମ ୨୦ ଡିସେମ୍ବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More