Only for Entertainment

ହୋଟେଲରୁ ଶ୍ୟାମ୍ପୁ ବୋତଲ ଚୋରି କରିଛନ୍ତି ଦୀପିକା

121

ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡର ସବୁଠାରୁ ଲୋକପ୍ରିୟ ତାରକା । ସୁପରହିଟ ନାୟିକାଙ୍କ ବିଷୟରେ ଆଲୋଚନା କଲେ ପ୍ରଥମେ ଆସେ ଏହି ଅଭିନେତ୍ରୀଙ୍କ ନାମ । ନିକଟରେ ଅଭିନେତ୍ରୀଙ୍କୁ ନେଇ ଏକ ମଜାଦାର କଥା ସାମ୍ନାକୁ ଆସିଛି, ଯାହାକୁ ତାଙ୍କ ବନ୍ଧୁ ଫ୍ରେଣ୍ଡସିପ ଡେ’ରେ ଶେୟାର କରିଛନ୍ତି । ତେବେ ଆପଣ ମଧ୍ୟ ଜାଣି ରଖନ୍ତୁ ଦୀପିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଖାସ କଥା ।

 

ବାସ୍ତବରେ ଫ୍ରେଣ୍ଡସିପ ଡେ ଉପଲକ୍ଷେ ଦୀପିକାଙ୍କ ଜଣେ ବନ୍ଧୁ ସୋସିଆଲ ମିଡିଆରେ ଏକ ଖାସ ମେସେଜ ଲେଖିଛନ୍ତି । ଯେଉଁଥିରେ ସେ ଦୀପିକାଙ୍କୁ କେତେ ଭଲ ପାଆନ୍ତି ତାହା ନଜର ଆସିଛି । ଲେଖାରେ ସେ ଦୀପିକାଙ୍କୁ ଖୁବ ଯତ୍ନବାନ,ଏବଂ ଦୟାଳୁ ମଧ୍ୟ ଲେଖିଛନ୍ତି । ଯାହା ସହିତ ଅଧିକ ସମୟ ବିତାଇଲେ ତାଙ୍କୁ ଖୁବ ଭଲ ଲାଗେ ସେ ହେଉଛନ୍ତି ଦୀପିକା । ଏହାରି ମଧ୍ୟରେ ଦୀପିକାଙ୍କ ବନ୍ଧୁ ଆଉ ଏକ ଖାସ କଥା ଲେଖିଛନ୍ତିଯେ ଏଭଳି ଜଣେ ବନ୍ଧୁ ଯିଏ ଆପଣଙ୍କ ପାଇଁ ଚୋରି ମାନେ ଆପଣଙ୍କୁ ପସନ୍ଦ ଥିବା ସୁନ୍ଦର ସୁନ୍ଦର ଶ୍ୟାମ୍ପୁ ବୋତଲ ଯେଉଁଠାକୁ ମଧ୍ୟ ବୁଲିବାକୁ ଯାଆନ୍ତି ସେହି ହୋଟେଲରୁ ସଂଗ୍ରହ କରିଦଅନ୍ତି । ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଦୀପିକା ତାଙ୍କ ପ୍ରିୟ ବନ୍ଧୁଙ୍କ ପାଇଁ ହୋଟେଲରୁ ଶ୍ୟାମ୍ପୁ ବୋତଲ ନେଇ ଆସନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More