pregnancyକୁ ନେଇ ଦୀପିକା ପାଦୁକୋନଙ୍କ ଜବାବ ‘ଯେବେ ହେବାର ଥିବ ହେବ’
ଦୀର୍ଘ ବର୍ଷର ଭଲପାଇବା ପରେ ଶେଷର ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହ। ସେ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଏହି ଯୋଡ଼ି କେବେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ପ୍ରଶଂସକଙ୍କୁ ଅପେକ୍ଷା ରହିଥିଲା।
ଯାହାହେଉ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଦୀପବୀର ସାଜିଥିଲେ ରଣବୀର-ଦୀପିକା। ତେବେ, ସେମାନଙ୍କ ବିବାହ ପରେ ବି ପ୍ରଶଂସକଙ୍କ ନଜର ସେମାନଙ୍କ ଉପରୁ ହଟି ନାହିଁ। ଏବେ ବି ସେମାନଙ୍କଠାରୁ କିଛି ନୂଆ ଖବର ପାଇବାର ଆଶାରେ ପ୍ରଶଂସକ। ଆପଣ ବୁଝି ସାରିବେଣି ନିଶ୍ଚୟ ଆମେ ଦୀପବୀରଙ୍କ ବାପାମାଆ ବନିବା ସଂପର୍କରେ କହୁଛୁ।
ନିକଟରେ ଏକ ସାକ୍ଷାତ୍କାରରେ ଦୀପିକାଙ୍କୁ ତାଙ୍କ ମାଆ ହେବା ନେଇ ଏକ ପ୍ରଶ୍ନ ପଚରାଯାଇଥିଲା। ସେହି ପ୍ରଶ୍ନର ଉତ୍ତରରେ ଦୀପିକା କହିଛନ୍ତି, ‘ସେ ସମୟ ସମସ୍ତଙ୍କ ଜୀବନରେ ଆସେ। ଉଚିତ ସମୟରେ ଉଚିତ ଘଟଣା ଘଟିବ। ମାତ୍ର ଜଣେ ନାରୀକୁ ସିଧାସଳଖ ଏପରି ପ୍ରଶ୍ନ ପଚାରିବା ଅନୁଚିତ।’
ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପିକା ଖୁବ ଶୀଘ୍ର ଏସିଡ ସରଭାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଂ ଏବେ ଚାଲିଥିବା ବେଳେ ଫିଲ୍ମ ସେଟରୁ ଅନେକ ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।