Only for Entertainment

ନିର୍ବନ୍ଧକୁ ନେଇ ଏହି ବଡ କଥା ଲୁଚାଇଥିଲେ ଦୀପ-ବୀର ।

gqindia
28

ଦୀପିକା ପାଦୁକୋଣ ଓ ରଣବୀର୍ ସିଂ ଚଳିତ ବର୍ଷ ନଭେମ୍ବର ମାସରେ ୬ ବର୍ଷର ସମ୍ପର୍କ ପୁରା କରିଥିଲେ । ଆଉ ଏହାକୁ ବିବାହ ରୂପ ଦେଇଥିଲେ ଏହି ଯୋଡି । ନଭେମ୍ବର ୧୪-୧୫ରେ ଇଟାଲୀର ଲେକ କୋମୋରେ ଦୁହେଁ ବିବାହ କରିଥିଲେ । ଦୁହେଁ ନିଜ ବିବାହକୁ ଖୁବ ପ୍ରାଇଭେଟ୍ ରଖିଥିଲେ । ତେବେ କେବଳ ବିବାହ ନୁହେଁ ନିଜ ଏନଗେଜମେଂଟକୁ ବି ଲୁଚେଇ ରଖିଥିଲେ ଏହି ଷ୍ଟାର କପଲ । ରଣବୀର୍ ଓ ଦୀପିକାଙ୍କୁ ନେଇ ଏବେ ଏମିତି ଏକ ସିକ୍ରେଟ୍ ଖବର ଶୁଣିବାକୁ ମିଳିଛି ।

deepveer1

ଦୁହେଁ ୪ ବର୍ଷ ପୂର୍ବେ ଏନଗେଜମେଂଟ କରିଥିବା ଖବର ଚର୍ଚ୍ଚା ସାଉଁଟିଛି । ଏକ ମ୍ୟାଗାଜିନକୁ ଦେଇଥିବା ଇଂଟରଭ୍ୟୁରେ ଦୀପିକା କହିଛନ୍ତି ଯେ, ସେମାନେ ୪ ବର୍ଷ ଆଗରୁ ହିଁ ଏନଗେଜମେଂଟ କରିସାରିଥିଲେ । ହେଲେ କ୍ୟାରିୟରକୁ ନଜରରେ ରଖି ଏହି ଖବରକୁ ଲୁଚାଇ ରଖିଥିଲେ । ମିିଡିଆ ଆଗରେ ନିଜ ସମ୍ପର୍କକୁ ନେଇ କେବେବି କିଛି ଖୁଲାସା କରି ନଥିଲେ । ଏହି ଖବର ଏବେ ସାମ୍ନାକୁ ଆସିବା ପରେ ଏବେ ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରଣବୀର ଏବଂ ଦୀପିକାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀରଙ୍କ ଫିଲ୍ମ ‘ସିମ୍ବା’ ୨୮ ଡିସେମ୍ବରରେ ରିଲିଜ ହୋଇଛି । ଫିଲ୍ମରେ ରଣବୀରଙ୍କ ଅପୋଜିଟରେ ସାରା ଅଲ୍ଲୀ ଖାନ ନଜର ଆସିଛନ୍ତି । ସେହିପରି ଦୀପିକା ବିବାହ ପରେ ଏସିଡ ପିତିତାଙ୍କ ବାୟୋପିକ ‘ଛପାକ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More