Only for Entertainment

ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିବାରୁ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ରୁଜୁ ହେଲା ମାମଲା

26

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସମେତ ୭ଜଣଙ୍କ ବିରୋଧରେ ୩୭ଲକ୍ଷ ଟଙ୍କା ଠକେଇର ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଟଙ୍କା ନେଇ ମଧ୍ୟ କାର୍ଯ୍ୟକ୍ରମକୁ ନ ଆସିବାରୁ ସୋନାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୋନାକ୍ଷୀଙ୍କ ସମେତ ୭ଜଣଙ୍କ ବିରୋଧରେ ଇଣ୍ଡିଆନ୍‌ ଫ୍ୟାସନ ଆଣ୍ଡ ବିୟୁଟି ଆଓ୍ଵାର୍ଡ଼ସ୍‌ କମ୍ପାନିର ମାଲିକ ପ୍ରମୋଦ ଶର୍ମା ଏହି ଅଭିଯୋଗ ଆଣିଛନ୍ତି । ମାମଲା ରୁଜୁ ହେବା ପରେ ଏବେ ପୁଲିସ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ସେପ୍ଟେମ୍ବର ୩୦,୨୦୧୮ରେ ଦିଲ୍ଲୀରେ ଇଣ୍ଡିଆନ୍‌ ଫ୍ୟାସନ ଆଣ୍ଡ ବିୟୁଟି ଆଓ୍ଵାର୍ଡ଼ସ୍‌ର କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଓ୍ଵାର୍ଡ଼ସ୍‌ ଦେବା ପାଇଁ ସୋନାକ୍ଷୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆସିବାର ପ୍ରତିଶ୍ରୁତି ଦେଇ ମଧ୍ୟ ସୋନାକ୍ଷୀ କାର୍ଯ୍ୟକ୍ରମରେ ପହଞ୍ଚି ନଥିଲେ । ଯାହାଦ୍ୱାରା ଇଣ୍ଡିଆନ୍‌ ଫ୍ୟାସନ ଆଣ୍ଡ ବିୟୁଟି ଆଓ୍ଵାର୍ଡ଼ସର ମାଲିକ ଅନ୍ୟମାନଙ୍କ ଠାରୁ ଏହି ସୋ’ ପାଇଁ ଯେଉଁ ଟଙ୍କା ଆଣିଥିଲେ, ତାହା ପାଣିରେ ପଡ଼ି ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More