Only for Entertainment

୭୯ ବର୍ଷ ବୟସରେ ପ୍ରସିଦ୍ଧ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କ ନିଧନ, ଟ୍ୱିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

The Indian Express
22

ବଲିଉଡର ପ୍ରସିଦ୍ଧ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କର ୭୯ ବର୍ଷ ବୟସରେ ବୁଧବାର ସକାଳେ ନିଧନ ହୋଇଯାଇଛି । ବୟସ ବଢିବା ସହିତ ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ଦିନୟାର ଅନ୍ତିମ ସଂସ୍କାର ମୁମ୍ବାଇର ବର୍ଲି ସ୍ଥିତ ପ୍ରେୟର ହଲରେ ଦ୍ୱିପହର ୩.୩୦ରେ କରାଯିବ ।

ଦିନୟାରଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପିଏମ ଟ୍ୱିଟ କରି ଲେଖିଥିଲେ ‘ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟର ଆମ ସମସ୍ତଙ୍କ ପାଇଁ ଖୁବ ସ୍ପେଶାଲ ଥିଲେ । କାରଣ ସେ ଖୁସି ବାଣ୍ଟିବାର କାମ କରୁଥିଲେ । ତାଙ୍କ ଆକ୍ଟିଂ ଲୋକଙ୍କ ଚେହେରାରେ ହସ ଫୁଟାଉଥିଲା । ଥିଏଟର, ଟିଭି ଏବଂ ସିନେମା ସହିତ ସେ ସମସ୍ତ ମାଧ୍ୟମରେ ଭଲ କାମ କରିଥିଲେ । ତାଙ୍କ ପରିବାର ପ୍ରତି ମୋର ସମ୍ବେଦନା । ’

ଦିନୟାର ଜଣେ ଥିଏଟର ଆର୍ଟିଷ୍ଟ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ବାଜିଗର, ଖିଲାଡୀ, ବାଦଶାଦ ଏବଂ ୩୬ ଚାଇନା ଟାଉନ ପରି ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଏହା ବ୍ୟତିତ ସେ ଅନେକ ସରିଏଲରେ ମଧ୍ୟ କାମକରିଛନ୍ତି । ୨୦୧୯ରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More