Only for Entertainment

ପ୍ରେମରେ ପଡିଲେ ଅଧିକାଂଶ ଯୁବତୀଙ୍କ ମଧ୍ୟରେ ଏହି ୬ଟି ସାଧାରଣ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ !

146

ପ୍ରେମ ମଣିଷକୁ ବଦଳାଇ ଦିଏ । କିନ୍ତୁ ଏହି ପରିବର୍ତ୍ତନ ସମସ୍ତଙ୍କ କ୍ଷେତ୍ରରେ ଅଲଗା ଅଲଗା ହୋଇଥାଏ । ନୂଆ ସଂପର୍କ କାହାକୁ ଭାବପ୍ରବଣ କରିଦିଏ ତ ଆଉ କାହାକୁ ପରିପୂର୍ଣ୍ଣ । କେହି ହଠାତ୍ ସୌନ୍ଦର୍ଯ୍ୟ ପ୍ରତି ସଚେତନ ହୋଇ ଯାଇଥାଏ ଆଉ କେହି ବିନ୍ଦାସ୍ । ଯଦି ଆମେ ମହିଳାଙ୍କ ବିଷୟରେ କହିବା ତେବେ ସେମାନଙ୍କର ଅନେକ ଅଭ୍ୟାସ ବଦଳି ଯାଏ । ତା ଭିତରେ ୬ଟି ସାଧାରଣ ପରିବର୍ତ୍ତନ ପ୍ରାୟ ସବୁ ଝିଅଙ୍କଠାରେ ପରିଲକ୍ଷିତ ହୋଇଥାଏ ।

କମ୍ ନିଦ ହେବା :
ପ୍ରେମରେ ପଡିଲେ ଅଧିକାଂଶ ଯୁବତୀ ବିଳମ୍ବିତ ରାତି ଯାଏ ଚେଇଁ ରୁହନ୍ତି । ସାରା ରାତି ଫୋନରେ କଥା ହେବା ଏବଂ ପ୍ରେମିକ ସହ ଚାଟ୍ କରିବା ଅଭ୍ୟାସ ହୋଇଯାଏ । କଥା ହେବା ଭିତରେ କେତେବେଳେ ରାତି ଯାଇ ସକାଳ ହୋଇଯାଇଥାଏ ସେମାନେ ଜାଣି ପାରିନଥାନ୍ତି ।

ନିଜକୁ ସୁନ୍ଦର ବୋଲି ଭାବିବା :
ସାଧାରଣତଃ ସବୁ ଝିଅ ନିଜକୁ ସୁନ୍ଦର ବୋଲି ଭାବିଥାନ୍ତି କିନ୍ତୁ ପ୍ରେମରେ ପଡିବା ପରେ ଏହି ଅନୁଭୂତି ଗଭୀର ହୋଇଯାଇଥାଏ । ଯାହାର ଫଳ ସ୍ୱରୂପ ଝିଅ ମାନଙ୍କ ଅଧିକାଂଶ ଆଇନା ସାମ୍ନାରେ କଟିଥାଏ । ନିଜକୁ ଆଇନାରେ ଦେଖି ଲାଜେଇବା ଏବଂ ମନେ ମନେ ହସିବା ଅଭ୍ୟାସ ହୋଇଯାଏ ।

ମୋବାଇଲ୍ ହୋଇଯାଏ ଟପ୍ ସିକ୍ରେଟ୍ :
କିଛି ଦିନ ପୂର୍ବରୁ ନିଜ ମୋବାଇଲର ଯତ୍ନ ନେଉନଥିବା ଝିଅ ମାନେ ହଠାତ୍ ମୋବାଇଲକୁ ହାତରେ ଧରି ବୁଲିବା ଆରମ୍ଭ କରନ୍ତି । ଭୁଲରେ ବି କେହି ଯଦି ମୋବାଇଲ୍ ଉଠାଇଦିଏ ତେବେ ମହାଭାରତ ହୋଇଯାଏ ।

ବଦଳିଯାଏ ଗୀତ ପସନ୍ଦ :
ପ୍ରେମରେ ପଡିବା ପରେ ରୋମାଂଟିକ୍ ଷ୍ଟୋରୀ, ପ୍ରେମ –ଗୀତ ନିଜର ନିଜର ଲାଗିଥାଏ । ଏସବୁ ସେ ଝିଅ ମାନଙ୍କ ସହ ବି ହୋଇଥାଏ ଯେଉଁମାନଙ୍କୁ କିଛି ଦିନ ପୂର୍ବରୁ ଲଭ୍ ଷ୍ଟୋରୀ ମିଛ ଲାଗୁଥିଲା ।

ବଦଳିଯାଏ ଷ୍ଟାଇଲ୍ :
ପ୍ରେମରେ ପଡିବା ପରେ ପ୍ରାୟ ଝିଅ ନିଜକୁ ଗୁରୁତ୍ୱ ଦେବା ଆରମ୍ଭ କରିଥାନ୍ତି । ସବୁବେଳେ ନିଜକୁ ସୁନ୍ଦର ରଖିବାକୁ ଚେଷ୍ଟା କରନ୍ତି । ସେମାନଙ୍କ ଡ୍ରେସିଂ ଷ୍ଟାଇଲ୍ ଏବଂ ଚାଲି ଚଳଣୀ ମଧ୍ୟ ବଦଳିଯାଏ । ପ୍ରକୃତରେ ପ୍ରେମ ବ୍ୟକ୍ତିତ୍ୱ ପରିବର୍ତ୍ତନ କରିଦିଏ ।

ପ୍ରେମିକକୁ ଅତ୍ୟଧିକ ଗୁରୁତ୍ୱ ଦେବା:
ଅଧିକାଂଶ ଝିଅ ପ୍ରେମରେ ପଡିବା ପରେ ନିଜ ଚିନ୍ତାଧାରା ବଦଳାଇ ଦିଅନ୍ତି । ଅର୍ଥାତ୍ ନିଜ ପ୍ରେମିକକୁ ଗୁରୁତ୍ୱ ଦେବା ସହ ସେମାନଙ୍କ ପସନ୍ଦ ଅନୁସାରେ ସବୁ କାମ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More