Only for Entertainment

ଲିଭ-ଇନରେ ରହିବାକୁ ଯାଉଛନ୍ତି କି ତେବେ ଏହି ତଥ୍ୟ ଉପରେ ଧ୍ୟାନ ରଖନ୍ତୁ

www.sylhetview24.com
0 168

ଆଜିକାଲିର ସାମାଜିକ ପରିବର୍ତନ ଅନୁସାରେ ପ୍ରତ୍ୟେକ ଜିନିଷର ପରିବର୍ତନ ହୋଇଥାଏ । ତାହା ଜୀବନଶୈଳୀ ହେଉ କିମ୍ବା ପ୍ରେମ ସଂପର୍କ । ବର୍ତମାନ ସମୟରେ ପ୍ରେମୀ ଯୁଗଳ ବିବାହକୁ ଏକ ବନ୍ଧନ କିମ୍ବା ବାଧ୍ୟ ବାଧକତା ବୋଲି ମାନି ଆସୁଛନ୍ତି । ଯାହାଦ୍ୱାରା ଆଜିକାଲି ପ୍ରାୟତଃ ଯୁବକ ଯୁବତୀ ଲିଭ୍ଇନ୍ ରେ ରହିବାକୁ ପସନ୍ଦ କରୁଛନ୍ତି । ହୁଏତ ଲିଭ୍ଇନ୍ ରେ ରହିବା ଯୁବକ ଯୁବତୀଙ୍କର ବ୍ୟକ୍ତିଗତ ପସନ୍ଦ । କିନ୍ତୁ ଏଥିପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ତେବେ ଆସନ୍ତୁ ଏହା ବିଷୟରେ ।

– ଆପଣ ଲିଭ୍ଇନ୍ରେ ରହିବା ପୂର୍ବରୁ ପ୍ରଥମେ ଆପଣଙ୍କର ସାଥୀଙ୍କ ବିଷୟରେ ସବୁକିଛି ଜାଣିବା ଦରକାର । ଏହାଛଡା ସବୁଠାରୁ ଗୁରୁତ୍ୱ ହେଲା ପ୍ରଥମେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ।

– ମୁଖ୍ୟତଃ ଏହି ମାମଲାରେ ଝିଅମାନଙ୍କୁ ସାବଧାନତା ଅବଲମ୍ବନ କରିବା ଦରକାର । ନିଜ ସାଥୀଙ୍କ ଭଲ ପାଇବା ଏବଂ ତାଙ୍କର ମନକଥାକୁ ଭଲଭାବରେ ପରଖି ନେବା ଉଚିତ୍ ।

– ଯଦି ସେଭଳି କୌଣସି ଅସୁବିଧା ଅନୁଭବ ହୁଏ । ତେବେ ସାଥୀଙ୍କ ଠାରୁ ଦୂରେଇ ରହି ତାଙ୍କୁ କିଛି ସମୟ ଦିଅନ୍ତୁ ।

– ଯଦି ଆପଣ ଲିଭ୍ଇନ୍ ରେ ରହିବେ ବୋଲି ମନ ସ୍ଥିର କରିସାରିଛନ୍ତି । ତେବେ ପ୍ରଥମେ ଆପଣ ଦୁହିଁଙ୍କ ମଧ୍ୟରେ ଟଙ୍କାକୁ ନେଇ ଆଲୋଚନା କରନ୍ତୁ । ନଚେତ୍ ପରେ ଏଥିପାଇଁ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ ।

– ଯଦି ଆପଣ ଲିଭ୍ଇନ୍ ରେ ରହୁଛନ୍ତି । କିନ୍ତୁ ଆପଣଙ୍କ ସାଥୀଙ୍କ ସହିତ ସଂପର୍କ ଭଲ ନାହିଁ । ଆପଣଙ୍କ ଭାବନା ସହିତ ଖେଳ ଖେଳୁଛି । ତେବେ ସବୁବେଳେ ନିଜର କଥା କହିବାକୁ ସାହାସ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More