Only for Entertainment

ପୁଣିଥରେ ନିର୍ବାଚନ କ୍ଷେତ୍ରରେ ଡ୍ରିମ ଗର୍ଲ ହେମା ମାଳିନୀ । ୧୨୫ କୋଟି ଟଙ୍କାର ମାଲିକାଣି ।

bollywood tadka
51

ବଲିଉଡରୁ ରାଜନୀତିରେ ପ୍ରବେଶ କରିଥିବା ଅଭିନେତ୍ରୀ ଡ୍ରିମ ଗର୍ଲ ହେମା ମାଳିନୀ ପୁଣିଥରେ ଲୋକସଭା ନିର୍ବାଚନ ପାଇଁ ୟୁପିର ମଥୁରାରେ ନାମାଙ୍କନ କରି ସାରିଛନ୍ତି । ଭାଜପା ସିଟରେ ହେମା ମାଳିନୀ ନିର୍ବାଚନ ଜିତି ୨୦୧୪ରେ ସାଂସଦ ହୋଇଥିଲେ । ଏବେ ପୁଣିଥରେ ଭାଗ୍ୟକୁ ଆଦରିଛନ୍ତି ହେମା । ଅବଶ୍ୟ ହେମା ମାଠିଆ ସାମ୍ନାରେ କହିଛନ୍ତିଯେ ଏହା ତାଙ୍କର ଶେଷ ନିର୍ବାଚନ ହେବ ।

ସେମାବାରକୁ ଯୋଗୀ ଆଦିତ୍ୟନାଥଙ୍କ ସହିତ ହେମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଛନ୍ତି ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ ଠାରୁ ଆରମ୍ଭ କରି ନିର୍ବାଚନ ର‌୍ୟାଲି ପର୍ଯ୍ୟନ୍ତ ସମସ୍ତ ଫଟୋକୁ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ହେମା ।

ଶପଥ ପାଠ ସମୟରେ ହେମା କହିଥିଲେଯେ ସେ ୧୨୫ କୋଟି ଟଙ୍କା ମାଲିକାଣି । ହେମା ୧୯୬୨ରେ ତାମିଲ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ୧୯୬୮ରେ ଫିଲ୍ମ ସପ୍ନୋ କେ ସୌଦାଗରରେ ତାଙ୍କୁ ବ୍ରେକ ମିଳିଥିଲା । ସେ ପ୍ରାୟ ୧୫୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ।

ଚଳିତ ବର୍ଷ ହେମା ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More