Only for Entertainment

କଙ୍ଗନାଙ୍କ ଭୁଲ ପାଇଁ କ୍ଷମା ମାଗିଲା ଏକତାଙ୍କ ପ୍ରଯୋଜନା ସଂସ୍ଥା, ସାମ୍ବାଦିକଙ୍କୁ କରିଥିଲେ ଅସମ୍ମାନ

23

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଅଭିନୀତ ଫିଲ୍ମ ଜଜମେଣ୍ଟାଲ ହେ କ୍ୟାର ଗୀତ ଲଞ୍ଚ ଇଭେଣ୍ଟରେ ବଡ଼ ଅଘଟଣା ଘଟିଥିଲା । ପ୍ରଶ୍ନ କରିବା ପୂର୍ବରୁ ଜଣେ ସାମ୍ବାଦିକଙ୍କ ଉପରେ ପୁରୁଣା କଥାକୁ ନେଇ ବଚସା କରିବା ଏବଂ ତାଙ୍କୁ ଅସମ୍ମାନ କରିବା ଆରମ୍ଭ କରି ଦେଇଥିଲେ କଙ୍ଗନା । ଯାହା ପରେ ସାମ୍ବାଦିକ ଜଣଙ୍କ ଫିଲ୍ମକୁ ବୟକଟ କରିବା କଥା କହିବା ସହ କଙ୍ଗନାଙ୍କୁ କ୍ଷମା ମାଗିବାକୁ କହିଥିଲେ । ଏବେ ଏହି ଘଟଣାକୁ ନେଇ ଏକତା କପୁରଙ୍କ ପ୍ରଯୋଜନା ସଂସ୍ଥା ଅଲ୍‌ଟ ବାଲାଜୀ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିବା ଜଣା ପଡ଼ିଛି ।

ପ୍ରଯୋଜନା ସଂସ୍ଥା ବିବାଦ ଉପରେ ଲେଖି, ଜୁଲାଇ ୭, ୨୦୧୯ରେ ଫିଲ୍ମ ଜଜମେଣ୍ଟାଲ ହେ କ୍ୟା ଗୀତ ଲଞ୍ଚ ଇଭେଣ୍ଟରେ ସାମ୍ବାଦିକ ଜଷ୍ଟିନ ରାଓ ଏବଂ କଙ୍ଗନାଙ୍କ ମଧ୍ୟରେ ବଚସା ହୋଇଥିଲା । ଯେହେତୁ ଏହା ଆମ ଫିଲ୍ମର ଗୀତ ଲଞ୍ଚ ଇଭେଣ୍ଟ ଥିଲା ସେଥିପାଇଁ, ଯାହା ବି ଘଟିଥିଲା ସେ ନେଇ ଆମେ କ୍ଷମା ଚାହୁଁଛୁ ବୋଲି ଲେଖିଛି ପ୍ରଯୋଜନା ସଂସ୍ଥା । ତେବେ ବିବାଦଟି ଏଠାରେ ଥମୁଛି ନାଁ ଆଗକୁ ବଢ଼ୁଛି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More