Only for Entertainment

ରାଗିନୀ ଏମ ଏମ ଏସ ନିର୍ଦ୍ଦେଶକ ସୈଫ ଏବଂ ଫାତିମାଙ୍କୁ ନେଇ ପ୍ରସ୍ତୁତ କରିବାକୁ ଯାଉଛନ୍ତି ହରର ଫିଲ୍ମ !

13

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ନିଜ ପୁଅ ତୈମୁର ଅଲୀ ଖାନଙ୍କୁ ନେଇ ଅନେକ ସମୟରେ ପବ୍ଲିକ ପ୍ଲେସରେ ଅନଜର ଆସନ୍ତି । ସୂଚନା ମୁତାବକ, ସୈଫ ହରର ଫିଲ୍ମ ‘ଭୂତ ପୁଲିସ’ରେ କାମ କରିବାକୁ ଯାଉଛନ୍ତି । ଫିଲ୍ମ ଭୂତ ପୁଲିସ କୁ ଥ୍ରୀଡିରେ ପ୍ରସ୍ତୁତ କରାଯିବ । ଫିଲ୍ମରେ ସୈଫଙ୍କ ବ୍ୟତୀତ ଫାତିମା ସନା ସେଖ ଏବଂ ଅଲୀ ଫଜଲ ନଜର ଆସିବେ । ପ୍ରଥମ ଥର ଏହି ତିନି ଜଣ ଗୋଟିଏ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ଫାଷ୍ଟ ଲୁକ ଜାରି କରାଯାଇଛି ।

ଏହି ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ‘ଭୂତ ପୁଲିସ’କୁ ପବନ କୃପଲାନୀ ନିର୍ଦ୍ଦେଶନା ଦେଇଛନ୍ତି । ପବନ ଏହା ପୂର୍ବରୁ ରାଗିନୀ ଏମ ଏମ ଏସ ଫିଲ୍ମ ବନାଇଥିଲେ । ଥ୍ରୀଲର-ହରର ତାଙ୍କର ପସନ୍ଦିତା ଫିଲ୍ମ ଅଟେ । କମେଡି ପ୍ରଥମ ଥର ଚେଷ୍ଟା କରିବାକୁ ଯାଉଛନ୍ତି । ପବନଙ୍କ କହିବା ମୁତାବକ ଏହି କାହାଣୀ ଉପରେ ଅନେକ ଦିନ ହେବ ସେ କାମ କରୁଥିଲେ । ସୈଫ, ଫାତିମା ଏବଂ ଅଲୀଙ୍କ ଠାରୁ ଆଉ କେହି ଭଲ ମିଳି ପାରି ନଥା’ନ୍ତେ । ଏହି ଯାତ୍ରା ଖୁବ ମଜାଦାର ରହିବ ବୋଲି ପବନ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More