Only for Entertainment

ଟ୍ରେଲର ରିଲିଜ ହେବା ପରେ ଏବେ ରିଲିଜ ହେଲା ଫିଲ୍ମ ପାନିପଥ‘ର ପ୍ରଥମ ଗୀତ ‘ମରାଠା ମର୍ଦ’ !

24

ଅପକମିଂ ହିଷ୍ଟୋରିକାଲ ଫିଲ୍ମ ପାନୀପଥର ରିଲିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରଥମ ଟ୍ରେଲର ପରେ ଏବେ ଆସିଛି ଫିଲ୍ମର ପ୍ରଥମ ଗୀତ । ସଂଜୟ ଦତ୍ତ,ଅର୍ଜୁନ କପୁର ଓ କ୍ରିତି ସାନନ ଫିଲ୍ମରେ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି ।

ରିଲିଜ ହୋଇଛି ଅପକମିଂ ବଲିଉଡ ହିଷ୍ଟୋରିକାଲ ଫିଲ୍ମ ପାନୀପଥର ପ୍ରଥମ ଗୀତ । ଗୀତର ଟାଇଟେଲ ରହିଛି ‘ମରାଠା ମର୍ଦ’ । ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ-ଅତୁଲ । ଗୀତରେ ଶୁଗୀତରେ ଅର୍ଜୁନ କପୁର,କ୍ରିତି ସାନନଙ୍କ ସହ ଅନ୍ୟ କଳାକାରଙ୍କୁ ଦେଖିବାକୁ ମିଳଛି । ତେବେ ମୁଖ୍ୟ କଳାକଳାରଙ୍କୁ ନେଇ ମୋଟ ୧୩ଶହ ଜୁନିୟର କଳାକାର ସହ ପ୍ରାୟ ୧୩ଦିନ ଧରି କରିଥିଲେ ଏହି ଗୀତର ସୁଟିଂ । ଏହି ଗୀତର ସୁଟିଂ ପାଇଁ ପ୍ରାୟ ୨୧କୋଟି ଟଙ୍କାରେ ନିର୍ମିତ ହୋଇଛି ବିଶାଳ ସେଟ୍ ।

ଆଶୁତୋଷ ଗ୍ୱାରିୟକର ନିର୍ଦ୍ଦେଶିତ ପାନୀପଥରେ ଅର୍ଜୁନ କପୁର ମରାଠା ଯୋଦ୍ଧା ସଦାଶିବ ଭାଓ ଭୁୂମିକାରେ ଅଭିନୟ କରୁଛନ୍ତି । ସେହିପରି କ୍ରିତି ସାନନ ପାର୍ବତୀ ବାଇ ଚରିତ୍ରରେ ନଜର ଆସିବେ । ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ସଂଜୟ ଦତ୍ତଙ୍କ ଅଭିନୟ । ସେ ଆଫଗାନ ଶାସକ ଅହମଦ ଶାହା ଅବଦଲ୍ଲୀ ରୋଲରେ ଦେଖାଯିବେ । ଡିସେମ୍ବର ୬ରେ ପରଦାରେ ରିଲିଜ ହେବ ପାନୀପଥ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More