Only for Entertainment

ରିଲିଜ ହେଲା ଋଷି କପୂର ଷ୍ଟାରର ଫିଲ୍ମ ‘ଦ ବଡି’ର ଟ୍ରେଲର ।

21

ପରଦାକୁ ଫେରିଲେ ଅଭିନେତା ଋଷି କପୁର । ଆସିଲା ଋଷିଙ୍କ ନୂଆ ଫିଲ୍ମ ଦ ବଡ଼ି । ଏବେ ଆସିଛି ଦ ବଡିର ପ୍ରଥମ ଟ୍ରେଲର । ଯେଉଁଥିରେ ଋଷି କପୁରଙ୍କ ସହ ଇମ୍ରାନ ହାସମୀଙ୍କୁ ଦେଖିବାକୁ ମିଳିଛି । ଟ୍ରେଲରରେ ସସପେନ୍ସ ଓ ଥ୍ରୀଲରରେ ଭରପୁର ରହିବା ସହ ଋଷି ଓ ଇମ୍ରାନଙ୍କ ଦମଦାର ଅଭିନୟର ଝଲକ ଦେଖିବାକୁ ମିଳିଛି । ଫିଲ୍ମରେ ନୂଆ ଚେହେରା ବେଦିକା ଓ ଶୋଭିତା ଫିମେଲ ଲିଡରେ ଅଭିନୟ କରୁଛନ୍ତି । ସୁନୀର ଖେତରପାର ଫିଲ୍ମର ପ୍ରଯୋଜନା ଓ ଜିତ ଯୋଶେଫ ନିର୍ଦ୍ଦେଶନା ଦେଇଛନ୍ତି ।

ମଲାୟାଲମ ଫିଲ୍ମର ନିର୍ଦ୍ଦେଶକ ଜିତୁ ଯୋଶେଫଙ୍କ ଏହା ବଲିଉଡ ଡେବ୍ୟୁ । କ୍ରାଇମ ମିଷ୍ଟ୍ରିର କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମରେ ଅଳ୍ପ କିଛି ହରର ସିନକୁ ମଧ୍ୟ ସ୍ଥାନ ଦିଆଯାଇଛି । ଅନ୍ୟପଟେ ଋଷିଙ୍କ କମବ୍ୟାକ ନେଇ ପରିବାର ସହ ପ୍ରଶଂସକ ବେଶ ଖୁସି ଅଛନ୍ତି । କର୍କଟ ରୋଗରେ ପୀଡିତ ହେବା ପରେ ଅଭିନେତା ବେଶ କିଛି ଦିନ ହେବ ନ୍ୟୁର୍ୟକରେ ଚିକିତ୍ସିତ ହେଉଥିଲେ । ମୁମ୍ବାଇ ଫେରିବା ପରେ ଋଷି ବାକି ଥିବା ଫିଲ୍ମର କିଛି ଭାଗର ସୁଟିଂ କରିଥିଲେ । ପୋଷ୍ଟ ପ୍ରଡକ୍ସନ ପରେ ଏବେ ରିଲିଜ ହୋଇଛି ଦ ବଡ଼ିର ପ୍ରଥମ ଟ୍ରେଲର । ଡିସେମ୍ବର ୧୩ରେ ପରଦାକୁ ଆସିବ ଦ ବଡ଼ି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More