Only for Entertainment

ମାଛ ଥିଲେ ଘରକୁ ଆସେ ନାହିଁ ବିପଦ

47

ପେଙ୍ଗ୍‌ସୁଇ ଅନୁସାରେ ଘରେ ଫିସ୍‌ ଆକୱାରିୟମ୍‌ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ଘରକୁ ଆସିବାକୁ ଥିବା ସବୁ ବିପତ୍ତିରୁ ଏହା ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।

କିନ୍ତୁ ଏହାର କେତେକ ନିୟମ ଅଛି, ଯାହାକୁ ପାଳନ କଲେ ଆପଣଙ୍କୁ ଏହାର ଶୁଭ ଫଳ ମିଳିବ। ଆଜି ମଧ୍ୟ ଏପରି ଲୋକ ଅଛନ୍ତି, ଯେଉଁମାନେ ଘରେ ଆକ୍ୱାରିୟମ୍‌ ତ ରଖିଛନ୍ତି, କିନ୍ତୁ ଏହାକୁ କେଉଁ ଦିଗରେ କିପରି ସ୍ଥାନରେ ରଖାଯାଏ ତାହା ଜାଣି ନଥାନ୍ତି। ତେବେ ଆଜି ଆପଣଙ୍କୁ ଏହି ବିଷୟରେ ସୂଚନା ଦେବୁ। ଆପଣ କେଉଁ ଦିଗରେ ଫିସ୍‌ ଆକ୍ୱାରିୟମ୍‌ ରଖିଲେ ଏହା ଆପଣଙ୍କୁ ଶୁଭ ଫଳ ଦେବ, ଆସନ୍ତୁ ଜାଣିବା ।

ଘରେ ରଙ୍ଗିନ୍‌ ମାଛ ରଖିବା ଦ୍ୱାରା ଘରକୁ ଆସିବାକୁ ଥିବା ବିପଦ ଟଳି ଯାଇଥାଏ। ପେଙ୍ଗ୍‌ସୁଇ ମଧ୍ୟ ଏହି କଥା କହିଯାଏ ଯେ, ଘରେ ମାଛ ରଖିବା ଫଳରେ ଧନ ବଢ଼ିଥାଏ ଏବଂ ଏହା ସବୁ ବିପଦକୁ ଦୂରେଇ ଦେଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More