Only for Entertainment

ସଲମାନଙ୍କ ପାଇଁ ବରୁଣଙ୍କ ସହ ରୋମାନ୍ସ ଉପରେ ରୋକ୍ ଲଗାଇଲେ କ୍ୟାଟ୍ରିନା

27

ଫିଲ୍ମ ‘ଜିରୋ’ ବକ୍ସ ଅଫିସରେ ଫ୍ଲପ୍‌ ହେବା ପରେ ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ଆଶାବାଦୀ ଅଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ତେବେ କିଛି ଦିନ ତଳେ ସେ ଅଭିନେତା ବରୁଣ ଧଓ୍ଵନଙ୍କ ବିପକ୍ଷରେ ନଜର ଆସିବେ ବୋଲି ଚର୍ଚ୍ଚା ହୋଇଥିଲା । କୋରିଓଗ୍ରାଫର-ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ସେ ନଜର ଆସିବାକୁ ଥିବା ବେଳେ ବରୁଣ ଧଓ୍ଵନଙ୍କ ସହ ଅନସ୍କ୍ରିନ୍‌ ରୋମାନ୍ସ କରିବେ ବୋଲି ଜଣାପଡ଼ିଥିଲା । କିନ୍ତୁ ଏବେ ସେ ବରୁଣଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି ଖବର ମିଳିଛି । ଫିଲ୍ମ ଛାଡ଼ିବା ପଛର କାରଣ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ରେମୋ ଫିଲ୍ମ ‘ଏବିସିଡି’ର ତୃତୀୟ ଭାଗ ତିଆରି କରିବାକୁ ଯାଉଥିବା ବେଳେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା ଏବଂ ବରୁଣଙ୍କୁ ନେବେ ବୋଲି ମନସ୍ଥ କରିଥିଲେ । କିନ୍ତୁ ଏବେ କ୍ୟାଟ୍ରିନା ଫିଲ୍ମରୁ ଓହରି ଯାଇଛନ୍ତି । କ୍ୟାଟ୍ରିନାଙ୍କ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ସଲମାନଙ୍କ ଫିଲ୍ମ ଭାରତ ପାଇଁ କ୍ୟାଟ୍ରିନା ଏହି ଫିଲ୍ମ ଛାଡ଼ିଛନ୍ତି । ଭାରତର ସୁଟିଂରେ ବ୍ୟସ୍ତ ଥିବାରୁ ‘ଏବିସିଡି’ର ତୃତୀୟ ଭାଗର ସୁଟିଂ ପାଇଁ ସେ ସମୟ ଦେଇ ପାରିବେ ନାହିଁ ବୋଲି କହି ଫିଲ୍ମ କରିବା ପାଇଁ ମନା କରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More