Only for Entertainment

୨୦୧୮ର ଚର୍ଚ୍ଚିତ ବିବାହ : ସୋନମ କପୁରଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କାଙ୍କ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ସବୁ ସେଲିବ୍ରିଟି

Hindustan Times
45

ପ୍ରିୟଙ୍କା ଚୋପ୍ରା-ନିକ୍‌ ଜୋନସ୍‌: ଡିସେମ୍ବର‌୍‌ ପହିଲାରେ ବିବାହ କରିଥିଲେ ପ୍ରିୟଙ୍କା, ନିଜର ଅନ୍ତରଙ୍ଗ ବନ୍ଧୁ ନିକ୍‌ଙ୍କୁ। ଯୋଧପୁରସ୍ଥିତ ଉମେଦ ଭବନ ପାଲେସ୍‌ରେ ବିବାହ ଅନୁଷ୍ଠିତ ହୋଇଥିଲା। ୨୦୧୬ରୁ ନିକ୍‌ଙ୍କ ସହ ତାଙ୍କର ସ˚ପର୍କ ଥିଲା। ନିକ୍‌ ମାର୍କିନ୍‌ ନାଗରିକ ଏବ˚ ଏକଧାରରେ ଗାୟକ, ଅଭିନେତା ଓ ସ˚ଗୀତ ଲେଖକ।

ଦୀପିକା ପାଦୁକୋଣ-ରଣବୀର ସି˚ହ: ଇଟାଲିର ଲେକ୍‌ କୋମୋରେ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ନଭେମ୍ବର‌୍‌ ୧୪ରେ। ଗତ ଛଅ ବର୍ଷ ହେଲା, ଦୁହିଁଙ୍କ ମଧ୍ୟରେ ସ˚ପର୍କ ଥିଲା। ପ୍ରଥମେ କୋଙ୍କଣୀ ରୀତିରେ, ତାହା ପରେ ସିନ୍ଧୀ ପର˚ପରାରେ ବିବାହ ଅନୁଷ୍ଠିତ ହୋଇଥିଲା। ଭାରତ ଫେରିବା ପରେ ସେମାନେ ତିନି ତିନି ଥର ଭୋଜି ଦେଇଥିଲେ।

ନେହା ଧୂପିୟା-ଅ˚ଗଦ ବେଦୀ: ଏ ଦୁହେଁ ଚୁପ୍‌ଚାପ ନୂଆ ଦିଲ୍ଲୀରେ ବିବାହ କରିଥିଲେ ମେ ୧୦ ତାରିଖରେ। ପାର˚ପରିକ ସିଖ ରୀତିରେ ବିବାହ ହୋଇଥିଲା।

neha4

ସୋନମ କପୂର- ଆନନ୍ଦ ଆହୂଜା: ମେ ୮ରେ ବ୍ୟବସାୟୀ ଆନନ୍ଦ ଆହୂଜାଙ୍କୁ ମୁମ୍ବଈରେ ବିବାହ କରିଥିଲେ ସୋନମ କପୂର। ସେମାନଙ୍କ ବର୍ଣ୍ଣାଢ଼୍ୟ ବିବାହର କାହାଣୀ ଅନେକ ଦିନ ଯାଏ ଚର୍ଚ୍ଚାରେ ରହିଥିଲା।

sonam

ସୋନିଆ କପୂର-ହିମେଶ ରେଶମୀୟା: ଦୁହେଁ ବାହା ହୋଇଥିଲେ ମେ ୧୧ ତାରିଖରେ। ସୋନିଆ ଟେଲିଭିଜନ୍‌ ଅଭିନେତ୍ରୀ। ଏହା ଥିଲା ହିମେଶଙ୍କ ଦ୍ବିତୀୟ ବିବାହ। ପ୍ରଥମ ପତ୍ନୀଙ୍କୁ ବିବାହର କୋଡ଼ିଏ ବର୍ଷ ପରେ ସେ ଛାଡ଼ପତ୍ର ଦେଇଥିଲେ।

ଅ˚କିତା କନଵର-ମିଲିନ୍ଦ ସୋମନ: ଏପ୍ରିଲ ୨୨ରେ ମୁମ୍ବଈର ଅଲୀବାଗରେ ଦୁହେଁ ମରାଠା ପର˚ପରା ଅନୁଯାୟୀ ବାହା ହୋଇଥିଲେ।

milind-ankita-1

ମଦାଲସା ଶର୍ମା-ମିମୋ ଚକ୍ରବର୍ତ୍ତୀ: ସେହି ପରି ଏଇଟି ମଧ୍ୟ ଏ ବର୍ଷର ଆଉ ଏକ ଚର୍ଚ୍ଚିତ ବିବାହ ଥିଲା। ବିବାଦୀୟ ପରିସ୍ଥିତିରେ ମିଥୁନ ଚକ୍ରବର୍ତ୍ତୀ ତନୟ ମିମୋ ଓରଫ ମହାକ୍ଷୟ, ମଦାଲାସାଙ୍କୁ ବିବାହ କରିଥିଲେ, ୧୦ ଜୁଲାଇରେ।

Mimoh-marriage7

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More