ଅଭିନେତା, ନିର୍ଦ୍ଦେଶକ ଏବଂ ଲେଖକ ଗିରୀଶ ରଘୁନାଥ କର୍ନାଡଙ୍କ ୮୧ବର୍ଷ ବୟସରେ ଦେହାନ୍ତ ହୋଇଛି । ଗିରୀଶ ଲମ୍ବା ସମୟ ଧରି ରୋଗରେ ପୀଡିତ ଥିଲେ । ତାଙ୍କ ଶରୀରର ଅନେକ ଅଂଗ କାମ କରିବା ବନ୍ଦ କରିଦେଇଥିଲା ଏବଂ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଯେଉଁକାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଗିରୀଶଙ୍କ ମୃତ୍ୟୁ ଖବର ଶୁଣି ବଲିଉଡ ଜଗତ ଏବେ ଶୋକାକୂଳ । ସମସ୍ତେ ସୋସିଆଲ ମିଡିଆରେ ଶ୍ରଦ୍ଧାଂଜଳୀ ଜ୍ଞାପନ କରୁଛନ୍ତି । ଗିରୀଶ ବଲିଉଡ ବ୍ୟତୀତ ସାଉଥରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି । ଗିରୀଶଙ୍କ ଶେଷ ଫିଲ୍ମ ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ସେ ସଲମାନଙ୍କ ସହ ‘ଟାଇଗର ଜିନ୍ଦା ହେ’ରେ ନଜର ଆସିଥିଲେ ।
Girish Karnad, veteran actor and playwright, and Jnanpith awardee, passed away this morning. More details awaited pic.twitter.com/YiQT8kCEqD
— ANI (@ANI) June 10, 2019
ଗିରୀଶ ଆରମ୍ଭରୁ ଥିଏଟରରେ କାମ କରୁଥିଲେ । ୧୯୭୮ରେ ରିଲିଜ ହୋଇଥିବା ଫିଲ୍ମ ‘ଭୂମିକା’ ପାଇଁ ତାଙ୍କୁ ନ୍ୟାଶନାଲ ଆୱାର୍ଡ ମିଳିଥିଲା । ୧୯୯୮ରେ ସାହିତ୍ୟ ଜ୍ଞାନପୀଠ ଆୱାର୍ଡରେ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଥିଲା । ଗିରୀଶ କର୍ମିଶିଲ ସିନେମା ପାଇଁ ମଧ୍ୟ ପରିଚିତ ।
ଗିରୀଶଙ୍କ ଜନ୍ମ କୋଙ୍କଣୀ ପରିବାରରେ ହୋଇଥିଲା । କାନାର୍ଡ ୧୯୫୮ରେ ଧାରବାଡ ସ୍ଥିତ କର୍ଣ୍ଣାଟକ ବିଶ୍ୱ ବିଦ୍ୟାଳୟରେ ଗ୍ରାଜୁଏସନ ଶେଷ କରିଥିଲେ । ଏହାପରେ ସେ ଏକ ରୋଡ୍ସ ସ୍କଲାର ପାଇଁ ଲଣ୍ଡନ ଚାଲିଯାଇଥିଲେ । ସେ ଶିକାଗୋ ବିଶ୍ୱ ବିଦ୍ୟାଳୟରେ ଫୁଲବ୍ରାଇଟ ମହାବିଦ୍ୟାଳୟରେ ବିଜିଟିଂ ପ୍ରୋଫେସର ମଧ୍ୟ ରହିଛନ୍ତି ।