Only for Entertainment

ହାପି ବାର୍ଥ ଡେ ଅନୁଭବ ମହାନ୍ତି : ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ।

Anubhav Mohanty page
100

ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ୩୭ ବର୍ଷରେ ପାଦ ଥାପିଛନ୍ତି । ସେ ୧୯୮୧ ମସିହା ଡିସେମ୍ବର ୨୪ ତାରିଖରେ କଟକରେ ସ୍ଥିତ ନନ୍ଦୀ ସାହି ଠାରେ ସେ ଜନ୍ମ ନେଇଥିଲେ । ବାପା ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଓ ଭାଇ ଅନୁପ୍ରାସ ମହାନ୍ତି ଫିଲ୍ମ ପ୍ରଯୋଜନା ଓ ବ୍ୟବସାୟରେ ସଂପୃକ୍ତ । ସେ ବିଦ୍ୟାଳୟ ଶିକ୍ଷା ଡିଏଭି ପବ୍ଲିକ୍ ସ୍କୁଲ, କଟକରେ ସମ୍ପୁର୍ଣ୍ଣ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକଠାରେ ପଢୁଥିବା ସମୟରେ ତାଙ୍କୁ ପ୍ରଥମ ଫିଲ୍ମ ଆଇ ଲଭ ୟୁରେ ସୁଯୋଗ ମିଳିଥିଲା। ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ, ସେ ଆଲବମ୍ ଜଗତରେ ମଧ୍ୟ ଖୁବ ପ୍ରତିଷ୍ଠା ଲାଭ କରିସାରିଥିଲେ ।

anu

୨୦୦୪ ମସିହାରେ ଆଇ ଲଭ ୟୁ ଓଲିଉଡ ଫିଲ୍ମ ଦୁନିଆରେ ଅଭିନେତା ଭାବେ ଜୀବନ ଆରମ୍ଭ କରିଥିଲେ । ପିଲା ବେଳେ ଅନୁଭବ ଅଭିନେତା ପାଇଁ ନୁହେଁ ବରଂ ଇଣ୍ଡିଆନ ଆର୍ମିରେ ଯୋଗ ଦେବା ପାଇଁ ଚାହୁଁଥିଲେ କିନ୍ତୁ କିଛି କାରଣରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ବର୍ତ୍ତମାନ ସୁଦ୍ଧା ଅନୁଭବ ୩୩ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ୨୦୦୯ ରେ ସେ ଶ୍ରେଷ୍ଠ ଅଭିନେତା ଭାବେ ଓଡିଆ ରାଜ୍ୟ ଚଳଚ୍ଚିତ୍ର ପୁରଷ୍କାରରେ ସମ୍ମାନୀତ ହୋଇଥିଲେ ।

anuvab

ଅଭିନୟ ସହ ଅନୁଭବ ରାଜନୀତିରେ ମଧ୍ୟ ପାଦ ଥାପିଛନ୍ତି। ସେ ଏବେ ରାଜ୍ୟସଭାର ସାଂସଦ ଅଛନ୍ତି। ୨୦୧୪ରେ ସେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ଅନୁଭବଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଶୁଭେଚ୍ଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More