Only for Entertainment

କମେଡି – ଡ୍ରାମା ଫିଲ୍ମ ‘ମିଷ୍ଟର୍ କହ୍ନୈୟା’ର ଫନି ଟ୍ରାକ୍ ‘ହାଲୋ ମିସ୍ ରସବତି ବିଳାସ’ର ଷ୍ଟୁଡିଓ ଭର୍ସନ୍ ରିଲିଜ୍ !

76

ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ ପପୁ ପମ୍ ପମ୍ । ତାଙ୍କର ଆଗାମୀ ଫିଲ୍ମର ଟାଇଟେଲ୍ ରହିଛି ‘ମିଷ୍ଟର୍ କହ୍ନୈୟା’ । ଯେଉଁଥିରେ ପପୁ ପମ୍ ପମଙ୍କୁ ବଙ୍ଗୀୟ ସୁନ୍ଦରୀ ଝିଲିକଙ୍କ ସହ ରୋମାନ୍ସ କରିବାର ଦେଖିବାକୁ ମିଳିବ । ଏହି ସିନେମାର ଅଭିନୟ କରିବା ସହ ପପୁ ପମ୍ ପମଙ୍କ ସ୍ୱରରେ ଶୁଣିବାକୁ ମିଳିବ ଏକ ଫନି ଟ୍ରାକ୍ ।

ଆଗାମୀ କମେଡି – ଡ୍ରାମା ଫିଲ୍ମ ‘ମିଷ୍ଟର୍ କହ୍ନୈୟା’ର ଫନି ଟ୍ରାକ୍ ‘ହାଲୋ ମିସ୍ ରସବତି ବିଳାସ’ର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି । ଏହି ମଜେଦାର୍ ଗୀତରେ କଣ୍ଠଦାନ କରିଛନ୍ତି ଫିଲ୍ମର ଲିଡ୍ ଷ୍ଟାର୍ ପପୁ ପମ୍ ପମ୍ । ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ । ଆଉ ଗୀତର ଲିରିକ୍ସ ଦେଇଛନ୍ତି ଗୀତିକାର ଡକ୍ଟର୍ ନିର୍ମଳ ନାୟକ । ଚଳଚ୍ଚିତ୍ର ‘ମିଷ୍ଟର୍ କହ୍ନୈୟା’ ଜରିଆରେ ପୁଣିଥରେ ପରଦାରେ ଦେଖିବାକୁ ମିଳିବ କମେଡି କିଙ୍ଗ୍ ପପୁ ପମ୍ ପମଙ୍କ ଅଭିନୟର ଯାଦୁ । ନିର୍ଦ୍ଦେଶନା ପରେ ଏବେ ଅଭିନୟ ମଇଦାନକୁ ଫେରିଛନ୍ତି ପପୁ । ତାଙ୍କୁ ନେଇ ସିଦ୍ଧାର୍ଥ ମ୍ୟୁଜିକ୍ ଭେଟିଦେବାକୁ ଯାଉଛି ଚଳଚ୍ଚିତ୍ର ‘ମିଷ୍ଟର୍ କହ୍ନୈୟା’ ।

ସିନେମାର ସୁଟିଂ ଶେଷ ହୋଇଥିବାବେଳେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ଫିଲ୍ମରେ ନାୟକ ଭୂମିକାରେ ନଜର ଆସିବେ ପପୁ । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ଝିଲିକଙ୍କୁ ଦେଖିବାକୁ ମିଳିବ । ସୀତାରାମ୍ ଅଗ୍ରୱାଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ । ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ । ଫିଲ୍ମଟିକୁ ଗଣେଷ ପୂଜା ଅବସରରେ ରିଲିଜ୍ କରିବାକୁ ଲକ୍ଷ ରଖିଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More