Only for Entertainment

ଫାତିମା ସନା ଶେଖଙ୍କ ଉପରେ ଲାଗିଲା ପାକିସ୍ତାନକୁ ସମର୍ଥନ କରୁଥିବାର ଅଭିଯୋଗ, ଅଭିନେତ୍ରୀ ଏଭଳି ଦେଲେ କଡ଼ା ଜୱାବ

hindirush
90

ସୋସିଆଲ ମିଡିଆରେ ଅଭିନେତା ହୁଅନ୍ତୁ ବା ଅଭିନେତ୍ରୀ ଟ୍ରୋଲ ହେବା କୌଣସି ବଡ଼ କଥା ନୁହେଁ । ପ୍ରତିଦିନ ଏହିଭଳି କିଛି ନା କିଛି ଖବର ଦେଖିବାକୁ ମିଳେ । ଏହି ଥର ଟ୍ରୋଲ ହୋଇଛନ୍ତି ଦଙ୍ଗଲ ଗର୍ଲ ଫାତିମା ସନା ଶେଖ୍ । ବାସ୍ତବରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରେ ଫାତିମାଙ୍କ ଇଂଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ବ୍ଲାକ ହୋଇ ଯାଇଥିଲା । ଏହାପରେ ଫ୍ୟାନ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ । କେହି କେହି କହିଲେ ପାକିସ୍ତାନକୁ ସମର୍ଥନ କରି ଫାତିମା ଏଭଳି ଡିପି ରଖିଛନ୍ତି ବୋଲି କହିଲେ ।

କଡ଼ା ଉତ୍ତର ଦେଇ ଫାତିମା କହିଲେ ସେ ଏଭଳି କିଛି ଫଟୋ ରଖି ନାହାଁନ୍ତି, ତାଙ୍କ ନାମରେ ଏହା ଏକ ଉଡ଼ା ଖବର । କେବଳ ଘୃଣାଭାବ ସୃଷ୍ଟି କରିବା ପାଇଁ କିଛି ଲୋକ ଏଭଳି କରୁଛନ୍ତି ବୋଲି କହିଛନ୍ତି ଫାତିମା । ସେ ତାଙ୍କ ନୂଆ ଇଂଷ୍ଟାଗ୍ରାମ ପୋଷ୍ଟରେ ପ୍ରଥମେ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More