Only for Entertainment

Kasautii Zindagii Kay 2 Promo: ଅନୁରାଗଙ୍କୁ ବରବାଦ କରିବା ପାଇଁ ସିରିଅଲକୁ ଫେରିବେ କମୋଲିକା, କିଛି ଏଭଳି ଅନ୍ଦାଜରେ ଏଂଟ୍ରି କରିବେ ହୀନା !

41

ସିରିଅଲ କସୌଟି ଜିନ୍ଦେଗୀ କେ ୨’ରେ କିଛି ଦିନ ହେବ ମିଷ୍ଟର ବଜାଜଙ୍କ ମାଉସୀ ଏବଂ ତାଙ୍କ ଝିଅ ତନବୀ ପ୍ରେରଣାଙ୍କ ଜୀବନକୁ ବିଷାକ୍ତ କରିବା ପାଇଁ କୌଣସି ପରିସ୍ଥିତିକୁ ହାତଛଡା କରୁନାହାନ୍ତି । ସେହିଭଳି ଅନ୍ୟପଟେ ଅନୁରାଗ ପ୍ରେରଣାଙ୍କୁ ଫେରାଇନେବା ପାଇଁ ସବୁ କିଛି କରିବା ପାଇଁ ଜିଦ୍ଦି କରି ବସିଛନ୍ତି । ଖୁବଶୀଘ୍ର ଏହି ସିରିଅଲରେ ଜବରଦସ୍ତ ଟ୍ୱିଷ୍ଟ ଦେଖିବାକୁ ମିଳିବ ।

ମେକର୍ସ କସୌଟି ଜିନ୍ଦେଗୀ କେ ୨ର ନୂଆ ପ୍ରମୋ ରିଲିଜ କରି ଜଣାଇଛନ୍ତି ଯେ ଅନୁରାଗଙ୍କୁ ହଇରାଣ କରିବା ପାଇଁ ମିଷ୍ଟର ବଜାଜଙ୍କ ସାଥ ଦେବାକୁ କମୋଲିକା ଆସୁଛନ୍ତି । ଦେଖନ୍ତୁ ଭିଡିଓ-


ଏଠାରେ ଆମେ କହି ରଖୁଛୁ ଯେ କମୋଲିକା ଭୂମିକାରେ ହିନା ଖାନ ନଜର ଆସିଥିଲେ , ମାତ୍ର ନିଜର ଫିଲ୍ମ ପ୍ରୋଜେକ୍ଟ ପାଇଁ ଏହି ସିରିଅଲରୁ ବ୍ରେକ ନେଇଥିଲେ । ହିନା ଚଳିତ ମାସ ଶେଷରେ ବିକ୍ରମ ଭଟ୍ଟଙ୍କ ଫିଲ୍ମ ହ୍ୟାକ୍ଡର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ହୀନାଙ୍କ ସହ ରୋହନ ଶାହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ତେବେ ସିରିଅଲ ବିଷୟରେ କହିବାକୁ ଗଲେ ଯେଉଁଭଳି ବଜାଜଙ୍କୁ ସାଥ ଦେବାକୁ କମୋଲିକା ନଜର ଆସିବେ, ସେହିଭଳି ଅନୁରାଗଙ୍କୁ ସାଥ ଦେବାଙ୍କୁ ନୂଆ ଅଭିନେତ୍ରୀ ସାମ୍ନାକୁ ଆସିବେ । ସେ ଆଉ କେହି ନୁହଁନ୍ତି ବଜାଜଙ୍କ ଏକ୍ସ ପତ୍ନୀ । ସେ ମଧ୍ୟ ପ୍ରତିିଶୋଧ ନେବାକୁ ଅନୁରାଗଙ୍କ ସାଥ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More