Only for Entertainment

କେମିତି କଟିବ ଆଜି

womens health
0 38

ମେଷ: ଆପଣ ଅତ୍ୟଧିକ ଆତ୍ମବିଶ୍ୱାସ ଅନୁଭବ କରିବେ। କ୍ୟାରିୟରର ଠିକ୍‌ ଦିଶାରେ ଅଗ୍ରସର ହେବେ। ପ୍ରସିଦ୍ଧି ଓ ପ୍ରଶଂସା ମିଳିବା ଯୋଗ ରହିଛି। ଛାତ୍ରଛାତ୍ରୀମାନେ ସାମାନ୍ୟ ପରିଶ୍ରମରୁ ଯଥେଷ୍ଟ ଶୁଭଫଳ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ବୃଷ: ଯେଉଁ କାମ ହାତକୁ ନେବେ ସଂପୂର୍ଣ୍ଣ କରି ରହିବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରହିବା ପାଇଁ ଆପଣଙ୍କୁ ମାର୍ଗ ତିଆରି କରିବାକୁ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

ମିଥୁନ: ଆପଣଙ୍କ ନମ୍ର ବ୍ୟବହାର ଆପଣଙ୍କୁ ଲାଭ ଆଣିଦେବ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଅହଂକାର ତ୍ୟାଗ କରନ୍ତୁ, ଆପଣଙ୍କ ପାଇଁ ଭଲ ହେବ। ଛାତ୍ରମାନେ ଲେଖାପଢ଼ାରେ ଅମନଯୋଗୀ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କର୍କଟ: ଭାଗ୍ୟର ସହଯୋଗ ପାଇବେ। କାର୍ୟ୍ୟ ବିନା ବାଧାରେ ସଂପନ୍ନ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ପ୍ରେମିକାଙ୍କୁ ବିବାହ ପାଇଁ ରାଜି କରାଇନେବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ସିଂହ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ୟ୍ୟରେ ସମୟ କଟିବ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମ ଭାବ ରହିବ। ସ୍ଥଗିତ ଥିବା କାମ ପୂରା ହେବ। ଅଫିସ୍‌ରେ ଶାନ୍ତିର ବାତାବରଣ ରହିବ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ପ୍ରଭୁ ହନୁମାନ।

କନ୍ୟା: ଆଜି କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ଚାକିରିରେ କୌଣସି ମନସ୍କାମନା ପୂରଣ ହେବ। ବ୍ୟବସାୟରେ ଭଲ ସୁଯୋଗ ପାଇବେ। କୌଣସି ଶୁଭ କାର୍ୟ୍ୟରେ ଧନ ଖର୍ଚ୍ଚ କରିବେ। ଜୀବନସାଥୀଙ୍କ ଖୁସି ମିଳିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବା ଯୋଗ ରହିଛି। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ଜମି ଓ କାନୁନ ବିବାଦର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ବିଛା: ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ। ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିବ। ପ୍ରଗତି ପଥରେ ଅଗ୍ରସର ହେବେ। ଖେଳାଳିଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ହେବ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ଧନୁ: ମହତ୍ତ୍ଵପୂର୍ଣ୍ଣ କାର୍ୟ୍ୟରେ ବ୍ୟସ୍ତ ରହିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଟେଲି କଳାକାରଙ୍କ ପାଇଁ ନୂଆ ସୁଯୋଗ ରହିଛି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ପାଟଣେଶ୍ୱରୀ।

ମକର: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିିଁ। ଆର୍ଥିକ ସ୍ଥିତି ମଜଭୁତ ହେବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ଘରକୁ ଅତିଥି ଆସିପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: କୌଣସି ଖବର ପାଇ ମନ ବିଚଳିତ ହୋଇପାରେ। ଧୈର୍ୟ୍ୟ ରଖନ୍ତୁ, ନିଜର ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ପ୍ରସ୍ତାବ ଓ କାର୍ୟ୍ୟ ପାଇବେ। ଘରକୁ ଅତିଥି ଆସିବେ। ଖୁସି ହୋଇ ଖର୍ଚ୍ଚ ଅଧିକ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ମୀନ: ଆପଣ ନିଜ ଉପରେ ଭରସା ରଖି କାମ କରନ୍ତୁ। କୌଣସି ବଡ଼ କାମରୁ ଆଜି ବଡ଼ ଫାଇଦା ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ଶ୍ରୀକୃଷ୍ଣ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More