Only for Entertainment

ହ୍ରିତିକ ରୋଶନଙ୍କ ଅଜା ବା ଫିଲ୍ମ ନିର୍ମାତା ଜେ.ଓମପ୍ରକାଶଙ୍କ ପରଲୋକ

hindi rush
89

ବଲିଉଡ ଆକ୍ଟର ହ୍ରିତିକ ରୋଶନଙ୍କ ଅଜା ବା ଫିଲ୍ମ ନିର୍ମାତା ଜେ. ଓମପ୍ରକାଶ ୯୨ ବର୍ଷରେ ଦେହତ୍ୟାଗ କରିଛନ୍ତି । ଟ୍ରେଣ୍ଡ ଆନାଲିଷ୍ଟ ଅକ୍ଷୟ ରାଠୀ ସୋସିଆଲ ମିଡିଆରେ ଏହି ବିଷୟରେ ସୂଚନା ଦେଇଛନ୍ତି ।ଖବର ମୁତାବକ ଜେ. ଓମପ୍ରକାଶଙ୍କର ଆଜି ସକାଳେ ନିଧନ ହୋଇଛି ।

ହ୍ରିତିକ ରୋଶନଙ୍କ ଫ୍ୟାନ କ୍ଳବ ଆକ୍ଟର ଅଜାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି । ଫ୍ୟାନ କ୍ଲବ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତିଯେ ଜେ.ଓମପ୍ରକାଶ ଜଣେ ପ୍ରସିଦ୍ଧ ଏବଂ ସାହସୀ ଫିଲ୍ମ ନିର୍ମାତା ଥିଲେ ଏବଂ ରୋଶନ ପରିବାର ତାଙ୍କୁ ଖୁବ ଭଲ ପାଉଥିଲେ । ସେ ସବୁଦିନ ପାଇଁ ମନେ ରହିବେ ।

 

ହ୍ରିତିକ ତାଙ୍କ ଅଜାଙ୍କୁ ଖୁବ ପାଉଥିଲେ ଏବଂ ଅଧିକାଂଶ ସମୟରେ ସେ ଇଂଟରଭ୍ୟୁରେ ତାଙ୍କ ବିଷୟରେ କୁହନ୍ତି । ନିକଟରେ ଫିଲ୍ମ ସୁପର ୩୦’ର ପ୍ରମୋଶନ ସମୟରେ ହ୍ରିତିକ ଖୁଲାସା କରିଛନ୍ତିଯେ ତାଙ୍କ ଅଜା ସୁପର ଟିଚର ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More