Only for Entertainment

ଗୁରୁ ପୂର୍ଣ୍ଣିମାରେ ଆନନ୍ଦଙ୍କ ହୋମ ଟାଉନରେ ହ୍ରିତିକ, ସାମ୍ନାକୁ ଆସିଲା ଫଟୋ

tweet by anand kumar
64

ଅଭିନେତା ହିତିକ ରୋଶନ ଏବେ ନିଜର ଫିଲ୍ମ ‘ସୁପର ୩୦’ର ସଫଳତାକୁ ଏଞ୍ଜୟ କରୁଛନ୍ତି । ଇତି ମଧ୍ୟରେ ଗୁରୁପୂର୍ଣ୍ଣିମା ଅବସରରେ ଆଜି ହ୍ରିତିକ ଗଣିତଜ୍ଞ ଆନନ୍ଦ କୁମାରଙ୍କ ହୋମ ଟାଉଟ ପାଟନା ପହଁଚିଛନ୍ତି । ପାଟନାରେ ହ୍ରିତିକଙ୍କୁ ଖୋଦ ଆନନ୍ଦ ଏବଂ ଫ୍ୟାନ୍ସ ଜୋରସୋରରେ ସ୍ୱାଗତ କରିଛନ୍ତି ।

ଆନନ୍ଦ ଟ୍ୱିଟ କରି ହ୍ରିତିକଙ୍କ ସହିତ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ଲେଖିଛନ୍ତି ‘ଗୌତମ ବୁଦ୍ଧ, ମହାବୀର ଏବଂ ଚାଣକ୍ୟଙ୍କ ପବିତ୍ର ଭୂମି ଆଜି ଗୁରୁ ପୂର୍ଣ୍ଣିମାରେ ଆପଣଙ୍କୁ ସ୍ୱାଗତ କରୁଛି ହ୍ରିତିକ ଜୀ ।’

ଫଟୋରେ ଆନନ୍ଦ କୁମାର ଏବଂ ଫ୍ୟାନ୍ସ ଆଲିଙ୍ଗନ କରି ହ୍ରିତିଙ୍କୁ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି । କହିରଖୁଛୁ ଯେ, ଫିଲ୍ମ ‘ସୁପର ୩୦’ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମ ବକ୍ସ ଅଫିସରେ ମାତ୍ର ୪ ଦିନରେ ୫୦ କୋଟି ଆୟ କରି ସାରିଛି । ଫିଲ୍ମର ବକ୍ସ ଅଫିସ କଲେକ୍ସନ ଆଗକୁ ଆହୁରି ବଢିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More