Only for Entertainment

କଙ୍ଗନା ରନାୱତଙ୍କ ସହ ବିବାଦରେ ହ୍ରିତିକ ରୋଶନ ଖୋଲିଲେ ମୁହଁ !

48

କଙ୍ଗନା ରନାୱତ ଏବଂ ହ୍ରିତିକ ରୋଶନ ମଧ୍ୟରେ ଥିବା ଲଢେଇ କାହାକୁ ଅଛପା ନାହିଁ । ଗୋଟେ ପଟେ କଙ୍ଗନା ଯେଉଁଠି ଖୋଲାଖୋଲି ଭାବେ ହ୍ରିତିକଙ୍କ ଉପରେ ମୁହଁ ଉପରେ ହମଲା କରୁଛନ୍ତି , ସେହିଭଳି ଅନ୍ୟ ପଟେ ହ୍ରିତିକ ଏହି ସବୁ ମାମଲାରେ ନିଜ ପାଟି ବନ୍ଦ କରିବା ଠିକ ଭାବିଛନ୍ତି । ଅସଲରେ ହ୍ରିତିକ କିଛି ଦିନ ହେବ ଫିଲ୍ମ ‘ସୁପର୩୦’ ପ୍ରମୋଶନରେ ଲାଗିପଡିଛନ୍ତି । ଏହିସମୟରେ ସେ ଏକ ସାକ୍ଷାତକାରରେ ନିଜ ତରଫରୁ କିଛି କହିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ମୁତାବକ ହ୍ରିତିକ କହିଛନ୍ତି ସେ ଏଭଳି ବିବାଦରୁ ନିଜକୁ କିଭଳି ନିବୃତ ରଖିବେ ଏହାର ଉପାୟ ଶିଖି ସାରିଛନ୍ତି ।

ହ୍ରିତିକ ରୋଶନଙ୍କୁ ଯେତେବେଳେ କଙ୍ଗନାଙ୍କ ସହ ବିବାଦ ବିଷୟରେ ପ୍ରଶ୍ନ କରାଯାଇଥିଲା , ସେ ଉତ୍ତରରେ କହିଥିଲେ ଯିଏ ଏଭଳି ବିବାଦ ଲଗାଉଛନ୍ତି ସେମାନଙ୍କ ସାମ୍ନାରେ ଚୁପ୍ ରହିବା ଭଲ । । ସୋସାଇଟି ଉପରେ ନିର୍ଭର ସେ ଏହାକୁ କିଭଳି ଗ୍ରହଣ କରିବେ ଏବଂ ତାଙ୍କୁ ଏସବୁ କଥା ଉପରେ ଫରକ ପଡେ ନାହିଁ । ହ୍ରିତିକ ଏହାମଧ୍ୟ କହିଛନ୍ତି ଯେ ଯଦି ସେ ଏହି ବିଷୟରେ ମୁହଁ ଖୋଲିବେ ଏବଂ ଆଇନର ସାହାରା ନେବେ ଆକ୍ରମକ ବୋଲାଇବେ ଏବଂ ଯଦି ଚୁପ୍ ରହିବେ ଦୁର୍ବଳ । ଏହାସହ ସେ ଏହାମଧ୍ୟ କହିଛନ୍ତି ଯେ ତାଙ୍କୁ ବେଶୀ ବିରକ୍ତ ଲାଗେ ଯେଉଁମାନେ ସତ ନ ଜାଣି ଏବଂ ସତ୍ୟର ସନ୍ଧାନ ନ କରି ଏଭଳି କଥା ସପୋର୍ଟ କରନ୍ତି ।ଏହିକାରଣରୁ ଏଭଳି ସକର୍ସ ୬ବର୍ଷ ହେବ ବ୍ୟାପିବାରେ ଲାଗିଛି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ହ୍ରିତିକ ରୋଶନ ଫିଲ୍ମ ସୁପର୩୦’ଆସନ୍ତା ଶୁକ୍ରବାର ଅର୍ଥାତ ୧୨ଜୁଲାଇରେ ରିଲିଜ ହେବ । ଏହି ଫିଲ୍ମକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More