Only for Entertainment

ବ୍ରେକଅପକୁ ନେଇ ପ୍ରଥମ ଥର ମିଡିଆରେ ମୁହଁ ଖୋଲିଲେ ଇଲିଆନା ଡିକ୍ରୁଜ, କହିଲେ…

The News Minute
18

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‍ ଏଇ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି । ଶୁଣିବାକୁ ମିଳିଛି ଯେ, ଏକ୍ସ ବୟଫ୍ରେଣ୍ଡ ଆଣ୍ଡ୍ରୁ ନିବୋନଙ୍କ ସହ ବ୍ରେକ୍‍ଅପ୍‍କୁ ନେଇ ସେ ଏବେ ଚର୍ଚ୍ଚାରେ । ଇଲିଆନା ଡି’କ୍ରୁଜ୍‍ ନିଜର ପ୍ରଫେସନାଲ ପର୍ସନାଲ ଲାଇଫ୍‍କୁ ନେଇ ବେଶ୍‍ ସଚେତନ ରହନ୍ତି । କିଛି ମାସ ତଳେ ଇଲିଆନା ନିଜର ବୟଫ୍ରେଣ୍ଡ  ଆଣ୍ଡ୍ରୁ ନିବୋନଙ୍କ ସହିତ ସମ୍ପର୍କ କାଟି ଦେଇଥିବା ଗଣମାଧ୍ୟମରେ ଖବର ଆସିଥିଲା । ଇଲିଆନା ଏକ ଇଣ୍ଟରଭ୍ୟୁକୁ ଦେଇଥିବା ସାକ୍ଷାତ୍‍କାରରେ ସେ କହିଛନ୍ତି ଯେ, ଆଣ୍ଡ୍ରୁଙ୍କ ସହ ବ୍ରେକ୍‍ଅପ୍‍ ପରେ ପରିବାରବର୍ଗ ତାଙ୍କୁ ବେଶ୍‍ ସପୋର୍ଟ କରିଥିଲେ । ଯହାଦ୍ୱାରା ସେ ଏଭଳି ଏକ କଠିନ ପରିସ୍ଥିତିକୁ ଡିଲ୍‍ କରିପାରିବାରେ ସକ୍ଷମ ହେଲେ ।

ବ୍ରେକ୍‍ଅପ୍‍କୁ ନେଇ ସର୍ବଦା ଚୁପ୍‍ ରହୁଥିବା ଇଲିଆନା ଶେଷରେ ନିଜର ପ୍ରତିକ୍ରିୟା ମିଡ଼ିଆକୁ ଦେଇଛନ୍ତି । ତାଙ୍କ ମତରେ, ବ୍ରେକ୍‍ଅପ୍‍ ପରେ ମଧ୍ୟ ସେ ଏକ୍ସ ବୟଫ୍ରେଣ୍ଡଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରୁଛନ୍ତି । ତେଣୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ନଦେଇ ବରଂ ଚୁପ୍‍ ରହିବାକୁ ସେ ପସନ୍ଦ କରିଥିଲେ ।

ଇଲିଆନାଙ୍କ ଆଗାମୀ ପ୍ରୋଜେକ୍ଟ କଥା କହିବାକୁ ଗଲେ, ସେ ଏବେ ‘ପାଗଲପନ୍ତି’କୁ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ଇଲିଆନାଙ୍କ ବ୍ୟତୀତ ଜନ୍‍ ଆବ୍ରାହମ୍‍, କୃତି ଖର୍‍ବନ୍ଦା, ଅନୀଲ କପୁର, ଅର୍ଶଦ ୱାର୍ସୀ, ଉର୍ବଶୀ ରୌତେଲା ଏବଂ ପୁଲକିତ୍‍ ସର୍ମାଟଙ୍କ ଭଳି ଷ୍ଟାର୍‍ ନଜର ଆସୁଛନ୍ତି । ଏହି ଫିଲ୍ମଟି ୨୨ ନଭେମ୍ବରରେ ରିଲିଜ ଅପେକ୍ଷାରେ ରହିଛି । ଏହାଛଡ଼ା ନିର୍ଦ୍ଦେଶକ କୁକି ଗୁଲାଟିଙ୍କ ଫିଲ୍ମ ‘ଦି ବିଗ୍‍ ବୁଲ୍‍’ରେ ଇଲିଆନାଙ୍କ ଅଭିଷେକ ବଚ୍ଚନଙ୍କ ଅପୋଜିଟ୍‍ ନଜର ଆସିବେ । ଅଜୟ ଦେବ୍‍ଗନ, ଆନନ୍ଦ ପଣ୍ଡିତ ଏବଂ କୁମାର ମଙ୍ଗତ ପାଠକଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ଏକ କ୍ରାଇମ୍‍ ଡ୍ରାମା ଫିଲ୍ମ ଅଟେ । ଏଥିରେ ସୌରଭ ଶୁକ୍ଳାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ଏକ ପ୍ରମୁଖ ଭୂମିକାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More