Only for Entertainment

୮ ବର୍ଷର ବିବାହ ସମ୍ପର୍କକୁ ଶେଷ କରିବା ପାଇଁ ଯାଉଛନ୍ତି ଏହି କପଲ !

BollywoodShaadis
62

ବଲିଉଡରେ ଚହଳ ସୃଷ୍ଟି କରିଛି ଆଉ ଏକ ସେଲିବ୍ରିଟି କପଲଙ୍କ ବିଚ୍ଛେଦ ଖବର । ଜାନେତୁ ୟା ଜାନେ ନା ଫେମ୍ ଅଭିନେତା ଇମ୍ରାନ୍ ଖାନ୍ ଓ ପତ୍ନୀ ଅବନ୍ତିକା ମଲ୍ଲିକ ନିଜ ୮ ବର୍ଷର ବିବାହ ସମ୍ପର୍କକୁ ଶେଷ କରିବା ନେଇ ଖବର ଏବେ ଚହଳ ସୃଷ୍ଟି କରିଛି ମାୟାନଗରୀରେ ।

ଏହି ଯୋଡି ବଲିଉଡର କ୍ୟୁଟେଷ୍ଟ କପଲ୍ ଭାବେ ଜଣା ଯାଆନ୍ତି । ଆଉ ଏମାନଙ୍କ ଯୋଡିକୁ ଉଦାହରଣ ବି ଦିଆଯାଏ । ହେଲେ ଏମାନେ ବି ଡିଭୋର୍ସ କପଲ୍ ତାଲିକାରେ ସାମିଲ୍ ହେବାକୁ ଯାଉଛନ୍ତି । ନିଜ ୧୦ ବର୍ଷର ଲଭ୍ ଲାଇଫ୍ ଓ ଏହାପରେ ୮ ବର୍ଷର ବୈବାହିକ ସମ୍ପର୍କ ଏବେ ଭାଙ୍ଗିବାକୁ ଯାଉଛି । ଯାହା ଅନେକଙ୍କୁ ଚକିତ କରିଛି । ଡିଏନଏ ରିପୋର୍ଟ ଅନୁସାରେ ଅବନ୍ତିକା ନିଜ ସ୍ୱାମୀ ଇମ୍ରାନଙ୍କ ଘର ଛାଡି ଏବେ ନିଜ ବାପ ଘରେ ରହୁଛନ୍ତି । ଆଉ ସେ ସାଥିରେ ନିଜ ଝିଇ ଇମାରାକୁ ମଧ୍ୟ ନେଇ ଯାଇଛନ୍ତି । ଦୁହିଁଙ୍କ ଭିତରେ ଅନେକ ବିଚାରଗତ ପାର୍ଥକ୍ୟ ଥିବାରୁ ଏମାନଙ୍କ ସମ୍ପର୍କ ଭାଙ୍ଗିଥିବା ସେହି ରିପୋର୍ଟରେ ପ୍ରକାଶ ପାଇଛି ।

imran khan

ଇମ୍ରାନ୍ ଓ ଅବନ୍ତିକା ୧୦ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ୨୦୧୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୧୪ରେ ଅବନ୍ତିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ । ଯାହାର ନାମ ସେମାନେ ଇମାରା ରଖିଲେ । ବ୍ୟକ୍ତିଗତ ଜୀବନରେ ଏଭଳି ଅସୁବିଧାକୁ ସାମ୍ନା କରୁଥିବା ଇମ୍ରାନ୍ ନିଜ ପ୍ରଫେସନାଲ୍ କ୍ୟାରିୟରରେ ବି ପଛରେ ରହିଛନ୍ତି । ବେଶ କିଛି ସମୟ ଧରି ଫିଲ୍ମ ପରଦା ଠାରୁ ଦୂରରେ ରହିଛନ୍ତି ଇମ୍ରାନ୍ । ଶେଷଥର ପାଇଁ ୨୦୧୫ରେ ଚଳଚ୍ଚିତ୍ର କଟ୍ଟି ବଟ୍ଟିରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ତାଙ୍କ ବିଚ୍ଛେଦ ଖବର ଇମ୍ରାନଙ୍କ ଫ୍ୟାନ୍ ମାନଙ୍କୁ ନିରାଶ କରିଥିବ ନିଶ୍ଚୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More