Only for Entertainment

କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ-୨’ର ଦୁଇଟି ପୋଷ୍ଟର ରିଲିଜ, ଆଜି ଠାରୁ ଆରମ୍ଭ ହେବ ଫିଲ୍ମର ସୁଟିଂ

zee news
43

ଅଭିନେତା-ରାଜନେତା କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆନ-୨’ର ଦୁଇଟି ନୂଆ ପୋଷ୍ଟର ରିଲିଜ କରାଯାଇଛି । ପୋଷ୍ଟରରେ କମଲ ଜଣେ ବରିଷ୍ଟ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି । ପୋଷ୍ଟରରେ କମଲ ହାସନଙ୍କ ଇନଟେନ୍ସ ଲୁକ ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ଅସ ଶଙ୍କର । ୧୯୯୬ରେ ରିଲିଜ ହୋଇଥିବା କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ’ର ଏହା ସିକ୍ୱଲ । ଲାୟକା ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସିଦ୍ଧାର୍ଥ ଏବଂ କାଜଲ ଅଗ୍ରୱାଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ରିପୋର୍ଟ ଅନୁସାରେ ଫିଲ୍ମର ସୁଟିଂ ଆଜି ଠାରୁ ଆରମ୍ଭ ହେବ । ଫିଲ୍ମର ନିର୍ଦ୍ଦେଶକ ଏସ ଶଙ୍କର ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ଦୁଇଟି ପୋଷ୍ଟରକୁ ସେୟାର କରିଛନ୍ତି । ଫିଲ୍ମ ଇଣ୍ଡିଆନ ବିଷୟରେ କହିବାକୁ ଗଲେ ଫିଲ୍ମରେ କମଲ ହାସନ ଡବଲ ରୋଲରେ ନଜର ଆସିଥିଲେ । ସେ ପିତା ଏବଂ ପୁଅ ଦୁଇଟି ଭୂମିକା ତୁଲାଇଥିଲେ । ଫିଲ୍ମରା ତାଙ୍କ ଅପୋଜିଟରେ ମନିଷା କୋଇରାଲା ଏବଂ ଉର୍ମିଳା ମାତୋଣ୍ଡକର ନଜର ଆସିଥିଲେ ।

 

View this post on Instagram

 

Shooting starts today! #Indian2

A post shared by Anirudh (@anirudhofficial) on

ଶୁଣିବାକୁ ମିଳୁଛି ଯେ, ଫିଲ୍ମ ଇଣ୍ଡିଆନ-୨ରେ ଅକ୍ଷୟ କୁମାର ମଧ୍ୟ ନଜର ଆସିପାରନ୍ତି । ଫିଲ୍ମରେ ସେ ନେଗେଟିଭ ଭୂମିକାରେ ନଜର ଆସିବେ । ପୂର୍ବରୁ ଏହି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ମଧ୍ୟ ଆପ୍ରୋଚ କରାଯାଇଥିଲା । କିନ୍ତୁ ସମୟ ନଥିବାରୁ ସେ ଏହି ଫିଲ୍ମ କରିବା ପାଇଁ ମନା କରିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More