Only for Entertainment

ଆସିଲା ଆଗାମୀ ବଲିଉଡ୍ ମୁଭି ଇଣ୍ଡିଆଜ୍ ମୋଷ୍ଟ ୱାଂଟେଡର ପ୍ରଥମ ଟିଜର୍ ।

kanaknews
30

ଆସିଲା ଆଗାମୀ ବଲିଉଡ୍ ମୁଭି ଇଣ୍ଡିଆଜ୍ ମୋଷ୍ଟ ୱାଟେଡ୍ର ପ୍ରଥମ ଟିଜର୍ । ଏହି ସିନେମାରେ ନାୟକ ଭାବେ ଅଭିନେତା ଅର୍ଜୁନ୍ କପୁର୍ଙ୍କୁ ଦେଖିବାକୁ ମିଳିବ । ୨୦୦୭ ରୁ ୨୦୧୩ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା କରାଉଥିବା ଆତଙ୍କବାଦୀକୁ ନେଇ ଏହି ସିନେମାଟି ପ୍ରସ୍ତୁତ ହୋଇଛି । ଯିଏ ଭାରତର ଓସାମା ଭାବେ ଜଣାଯାଏ । ଆଉ ଏହି ମୋଷ୍ଟ ୱାଟେଡ୍ ଆତଙ୍କବାଦୀକୁ ଧରିବା ପାଇଁ ଆଗକୁ ଆସନ୍ତି କିଛି ଯୁବକ ।

 

ସତ ଘଟଣାବଳିକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ଅର୍ଜୁନ୍ କପୁର୍ଙ୍କୁ ପ୍ରଭାତ କପୁର୍ ଚରିତ୍ରରେ ଦେଖିବାକୁ ମିଳିବ । ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର୍ ଗୁପ୍ତା । ୨୪ ମେ’ – ରେ ଏହି ଫିଲ୍ମଟି ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More