Only for Entertainment

ଇନଫୋସିସ୍ କୋ-ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ଉପରେ ନିର୍ମାଣ ହେବ ବାୟୋପିକ, ଏହି କପଲ ସମ୍ଭାଳିବେ ନିର୍ଦ୍ଦେଶନା ଭାର

DKODING
45

ଫିଲ୍ମ ମେକର କପଲ ଅଶ୍ୱିନୀ ଅୟର ତିୱାରୀ ଏବଂ ନିତେଶ ତିୱାରୀ ଇନଫୋସିସର କୋ-ଫାଉଣ୍ଡର ନାରାୟଣ ମୂର୍ତ୍ତି ଏବଂ ତାଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ନିର୍ଣ୍ଣୟ କରିଛନ୍ତି । ଏହି ଫିଲ୍ମଟିକୁ ମହାବୀର ଜୈନ ପ୍ରଯୋଜନାରେ ନିର୍ମାଣ କରାଯିବ । ଅଶ୍ୱିନୀ ଏହା ପୂର୍ବରୁ ସ୍ୱରା ଭାସ୍କର ଓ ପଙ୍କଜ ତ୍ରିପାଠୀ ଷ୍ଟାରର ଫିଲ୍ମ ନୀଲ ବଟ୍ଟେ ସନ୍ନାଟା ଏବଂ ବରେଲୀର ବର୍ଫି ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଏବେ ସେ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ପଙ୍ଗା’ର ନିର୍ଦ୍ଦେଶନା ଦେଉଛନ୍ତି ।

ଏହି ବାୟୋପିକ ଫିଲ୍ମର କାହାଣୀ ଏବଂ କନସେପ୍ଟ ଲେଖକ ସଂଜୟ ତ୍ରିପାଠୀ ପ୍ରସ୍ତୁତ କରିଛନ୍ତି । ଫିଲ୍ମରେ ନାରାୟଣ ମୂର୍ତ୍ତିଙ୍କ ପ୍ରେରଣାଦାୟକ ଯାତ୍ରା ଏବଂ ଦେଶ ପାଇଁ ତାଙ୍କର ଯୋଗଗଦାନକୁ ଦର୍ଶାଯିବ ।

 

ଅନ୍ୟପକ୍ଷରେ ଆଇଆଇଟି ଗ୍ରାଜୁଏଟ ନିତେଶ ତିୱାରୀ ନିଜ ତିନୋଟି ଫିଲ୍ମ ପାଇଁ ବଲିଉଡରେ ଚର୍ଚ୍ଚିତ ହୋଇପାରିଛନ୍ତି । ଅମିର ଖାନଙ୍କ ଫିଲ୍ମ ଦଙ୍ଗଲ, ଯାହା ଭାରତୀୟ ବକ୍ସ ଅଫିସରେ ଖୁବ ସଫଳ ହୋଇଥିଲା । ଆଉ ଏବେ ସେ ସୁଶାନ୍ତ ସିଂହ ରାଜପୁତ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ଛିଛୋରେ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More