Only for Entertainment

ଜାନୁୟାରୀରେ ରିଲିଜ ହେବ ବାସ୍ତବ ଧର୍ମୀ କାହାଣୀ ଉପରେ ଆଧାରିତ ଫିଲ୍ମ ବାବୁ ଭାଇଜାନ୍

kanaklifestyle
45

ବହୁ ଦିନ ଧରି ପରଦାରେ ନଜର ଆସି ନାହାଁନ୍ତି ଅରିନ୍ଦମ୍ । ଏହି ହ୍ୟାଣ୍ଡସମ ନାୟକଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ଦର୍ଶକଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ଖୁବଶୀଘ୍ର ଫିଲ୍ମ ବାବୁ ଭାଇଜାନ୍ ମାଧ୍ୟମରେ ପରଦାକୁ ଫେରୁଛନ୍ତି ଅରିନ୍ଦମ । ଫିଲ୍ମରେ ଅରିନ୍ଦମଙ୍କ ବିପକ୍ଷରେ ନଜର ଆସିବେ ଶିବାନୀ ।

 

ଫିଲ୍ମକୁ ଏବେ ଠାରୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏହାର ସ୍ୱର ସଂଯୋଜନା କରିଛନ୍ତି ମଳୟ ମିଶ୍ର । ଅରିନ୍ଦମ ଓ ଶିବାନୀଙ୍କ ବ୍ୟତୀତ ଫିଲ୍ମରେ ମିହିର ଦାଶ, ସମରେଶ ଓ ବବି ମିଶ୍ର ଆଦି ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମ ଜାନୁୟାରୀ ମାସରେ ଯଦିଓ ରିଲିଜ ହେବ ତଥାପି ଏହାର ତାରିଖ ଧାର୍ଯ୍ୟ ହୋଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More