ସୁହାନା ଖାନ ସର୍ଟ ଫିଲ୍ମରୁ କରିବାକୁ ଯାଉଛନ୍ତି ଡେବ୍ୟୁ? ଇଂଟରନେଟରେ ଭାଇରାଲ ହେଉଥିବା ଫଟୋ ଦେଖି ଉଠିଲା ପ୍ରଶ୍ନ !
ଶାହରୁଖଙ୍କ ଝିଅ ସୁହାନା ଖାନ ସୋସିଆଲ ମିଡିଆରେ ନିଜ ଲାଟେଷ୍ଟ ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫଟୋ ଦେଖି ଏବେ ବଲିଉଡରେ ଡେବ୍ୟୁ କରିପାରନ୍ତି ସୁହାନା ବୋଲି ଅନୁମାନ ଲଗାଯାଉଛି । ଫ୍ୟାନ୍ସମାନେ ଉତ୍ସାହର ସହ ସୁହାନାଙ୍କ ଫିଲ୍ମକୁ ଚାହିଁ ବସିଛନ୍ତି । ଏବେ ଏହି ଫଟୋ ଲୋକମାନଙ୍କ ଆଶାକୁ ଆହୁରି ବଢାଇଦେଇଛି ।
ସୁହାନାଙ୍କ ଫ୍ୟାନ କ୍ଲବ ଦ୍ୱାରା ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ଫଟୋରେ ସେ କାର ଆଗ ସିଟରେ ବସିଥିବାର ନଜର ଆସିଛନ୍ତି । ଏହା ଏକ ମୋନୋକ୍ରମ ଫଟୋ ଅଟେ, ଯାହାକୁ ଦେଖି ଲାଗୁଛି ସୁହାନା କୌଣସି ଏକ ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି । ଫଟୋ ଶେୟାର କରି ଫ୍ୟାନ କ୍ଲବ କ୍ୟାପଶନ ଦେଇଛନ୍ତି, ସୂହାନାଙ୍କ ଆଗାମୀ ଫିଲ୍ମର ଏକ ଫଟୋ, ଏଠାରେ ଆମେ କହି ରଖୁଛୁ ଯେ ଏହା ଏକ ବଲିଉଡ ଫିଲ୍ମ ନୁହେଁ । ଏହା ତାଙ୍କ ବନ୍ଧୁଙ୍କ ଦ୍ୱାରା ସ୍କୁଲରେ ନିର୍ମାଣ କରାଯାଉଛି ।
ଫ୍ୟାନ କ୍ଲବ ମଧ୍ୟ ପରିଷ୍କାର ଭାବେ ସେହି ସୂଚନା ଦେଇଛନ୍ତି , ଯାହାକି ଏହା ଏକ ସର୍ଟ ଫିଲ୍ମ ଅଟେ । ଏହାର ଅର୍ଥ ଏହା ବଲିଉଡ ଫିଲ୍ମ ନୁହେଁ ।
ଏଠାରେ ଆମେ କହି ରଖୁଛୁ ଯେ ସୁହାନା ଅଭିନେତ୍ରୀ ହେବାକୁ ଚାହୁଁଥିବା ବେଳେ ଭାଇ ଆର୍ୟନ ନିର୍ଦ୍ଦେଶକ ହେବାକୁ ପାଇଁ ଚାହୁଁଛନ୍ତି । ପିଲାଙ୍କ କ୍ୟାରିଅରକୁ ନେଇ ଏକ ସାକ୍ଷାତକାରରେ ଶାହରୁଖ ସୋସିଆଲ ମିଡିଆରେ କହିଥିଲେ ଯେ ପିଲାମାନେ ପ୍ରଥମେ ନିଜ ପାଠପଢା ପୂରଣ କରନ୍ତୁ ଏହାପରେ ନିଜ କ୍ୟାରିଅର କଥା ଭାବିବେ ।