Only for Entertainment

୨୦୧୯ରେ ଡେବ୍ୟୁ କରିବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୂର, କରଣ ଜୋହର କଲେ ଖୁଲାସା !

17

ଅନେକ ଦିନରୁ ଖବର ଆସୁଥିଲା କି ଜାହ୍ନବୀଙ୍କ ପରେ ତାଙ୍କ ସାନ ଭଉଣୀ ଖୁସି କପୁର୍ ବି ବଲିଉଡ୍ରେ କରିବେ ଏଂଟ୍ରି । ଏନେଇ ଜାହ୍ନବୀଙ୍କୁ ଯେବେ ବି ପ୍ରଶ୍ନ କରାଯାଏ, ଉକ୍ତ କଥାକୁ ଏଡାଇ ଦିଅନ୍ତି ଜାହ୍ନବୀ । ହେଲେ ଏବେ ଖବର ଆସିଛି ଯେ, ଖୁସି ବି ଅଭିନୟରେ ପାଦ ରଖିବାକୁ ଯାଉଛନ୍ତି । ୨୦୧୯ରେ ଖୁସିଙ୍କୁ ଡେବ୍ୟୁ କରିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା କରଣ ଜୋହର୍ ।

କରଣ ଜୋହର୍, ନେହା ଧୂପିଆଙ୍କ ଚାଟ୍ ଶୋ, ନୋ ଫିଲ୍ଟର୍ ନେହାରେ କହିଲେ କି, ୨୦୧୯ରେ ସେ ଜାବେଦ୍ ଜାଫ୍ରିଙ୍କ ପୁଅ ମୈଜାନ୍ ଓ ଖୁସି କପୁର୍ଙ୍କୁ ଲଂଚ୍ କରିବେ । ଆଉ ଏହି ଯୋଡି ପରଦାରେ ଧମାଲ୍ କରିବ ବୋଲି କରଣ ଜୋହର୍ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More