Only for Entertainment

ପୁରୀରେ ହେବ ଯାତ୍ରା ‘ସ୍ୱପ୍ନପୁରୀ’ ! ହ୍ୱାଇଟ ହାଉସ ପରି ନିର୍ମାଣ ହେବ ଷ୍ଟେଜ, ଦର୍ଶକଙ୍କ ପାଇଁ ବି ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା

kanak news
69

ଯାତ୍ରା । ହଠାତ ଏହି ଶଦ୍ଦ ଶୁଣିବା ପରେ ମନରେ ଅନେକ କଥା ଆସିଥାଏ । କେବେ ଓ କେଉଁଠାରେ ହେବ? ହିରୋଇନ, ହିରୋ ହେବ କିଏ? ଏମିତି ଅନେକ ପ୍ରଶ୍ନ । ତେବେ ଯାତ୍ରା ଜଗତରେ କହିବାକୁ ଗଲେ ଓଡିଶାର ଯାତ୍ରା ଜଗତରେ ପ୍ରବେଶ କରିବାକୁ ଯାଉଛିୁ ସ୍ୱପ୍ନପୁରୀ ଅପେରା । ତେବେ ଏହା ଅନ୍ୟ ଯାତ୍ରାଠାରୁ ଭିନ୍ନ ରହିବ ବୋଲି ଜଣାପଡିଛି । କହିବାକୁ ଗଲେ, ପୂରା ଯାତ୍ରା ଢାଂଚାକୁ ଏହି ଅପେରା ବଦଳାଇବାକୁ ଲକ୍ଷ୍ୟ ରଖିଛି । ସାଧାରଣ ଗାଁ ଗହଳରେ ହେଉଥିବା ଯାତ୍ରାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ରହିବ ।

ଏଠାରେ ବ୍ୟବହୃତ ହେବ, ଆମେରିକା ଓ ଲଂଡନରେ ହେଉଥିବା ଥିଏଟର ପରି ଆଧୁନିକ ଲାଇଟ୍, ଆମେରିକାନ ହାର୍ଟବିଟ ସାଉଣ୍ଡ । କେବଳ କଥା ଏତିକିରେ ସରିନାହିଁ । ବରଂ ଏହି ଯାତ୍ରାରେ ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ପରି ନିର୍ମାଣ ହେବ ଷ୍ଟେଜ । ଯାତ୍ରା ଦେଖୁଥିବା ଦର୍ଶକମାନେ ଡିଜିଟାଲ ଥିଏଟରରେ ବସି ଫିଲ୍ମ ଦେଖିବା ପରି ମନେ କରିବେ ।

ତେବେ ଏପରି ଭାବରେ ଅତ୍ୟାଧୁନିକ ଶୈଳୀରେ ଯାତ୍ରା ଜଗତରେ ପାଦ ଥାପିବାକୁ ମନ ବଳାଇଛି ଯାତ୍ରା ସ୍ୱପ୍ନ ପୁରୀ । ତେଣୁ ଏହି ଅତ୍ୟାଧୁନିକ ଯାତ୍ରା ଦେଖିବା ଲାଗି ଏବେଠାରୁ ହିଁ ଜନତାଂକ ଟିକେଟ ବୁକିଂ ଆରମ୍ଭ ହୋଇଗଲାଣି । କହିବାକୁ ଗଲେ ବର୍ତମାନ ସମୟରେ ଯାତ୍ରା ପାର୍ଟିର ଅନାଟନକୁ ଦେଖି ମାଲିକ ମାନେ ମୁହଁ ଫେରାଉଥିବା ବେଳେ ଯାତ୍ରା ଜଗତରେ ନୂଆ ଆଶା ଓ କିଛି ନୂତନ କରିବାର ଇଚ୍ଛା ରଖି ଆସୁଛି ଯାତ୍ରା ସ୍ୱପ୍ନ ପୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More