Only for Entertainment

ଶାହିଦଙ୍କ ଶରୀର ଅସୁସ୍ଥ ହେବାରୁ ବନ୍ଦ ହେଲା ଫିଲ୍ମ ‘ଜର୍ସି’ର ସୁଟିଂ

27

ବଲିଉଡ ଆକ୍ଟର ଶାହିଦ କପୂର ଚଳିତ ଦିନରେ ତାଙ୍କ ଅପକମିଂ ଫିଲ୍ମ ‘ଜର୍ସି’ର ସୁଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି । ‘କବୀର ସିଂ’ରେ ତାଙ୍କ ଜବରଦସ୍ତ ପର୍ଫମାନ୍ସ ଦେଖିବା ପରେ ଏବେ ଦର୍ଶକ ତାଙ୍କୁ ସାଉଥର ଦ୍ୱିତୀୟ ରିମେକ ଜର୍ସିରେ ଦେଖିବା ପାଇଁ ଉତ୍ସୁକ ଅଛନ୍ତି । କିନ୍ତୁ ଏଥିପାଇଁ ବୋଧହୁଏ ଫ୍ୟାନ୍ସଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ଖବର ଅନୁଯାୟୀ ଶାହିଦ କପୂରଙ୍କ ଶରୀର ଅସୁସ୍ଥ ହେବାରୁ ସୁଟିଂକୁ ସ୍ଥଗିତ ରଖାଯାଇଛି ।

ସୂଚନା ମୁତାବକ ଶାହିଦ ଜଣେ ପ୍ରୋଫେସନାଲ ବ୍ୟକ୍ତି ଏବଂ କହିଥିବା କଥାକୁ ଗୁରୁତ୍ୱ ଦିଅନ୍ତି । ତେଣୁ କମିଟମେଂଟ ପୂରା କରିବାକୁ ସେ ଆୱାର୍ଡ଼ ସେରମନିରେ ଯୋଗ ଦେଇଥିଲେ । ଅବଶ୍ୟ ଏହାପରେ ସେ ଅଧିକ ଅସୁସ୍ଥ ହୋଇ ଯାଇଛନ୍ତି । ଶାହିଦ ଚାହାଁନ୍ତି ନାହିଁ ତାଙ୍କ ପାଇଁ କେହି କୌଣସି କ୍ଷତି ସହନ୍ତୁ । ତେଣୁ ତାଙ୍କ ସ୍ୱାସ୍ଥାବସ୍ଥାକୁ ଧ୍ୟାନରେ ରଖି ଜର୍ସିର ସୁଟିଂ ଏକ ସପ୍ତାହ ପରେ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More