Only for Entertainment

ଜଜମେଂଟାଲ ହୈ କ୍ୟା’ର ପ୍ରଥମ ଗୀତ ରିଲିଜ । ବୋଲ୍ଡ ଅବତାରରେ କଙ୍ଗନା ।

26

ବଲିଉଡ ଆକ୍ଟର ରାଜକୁମାର ରାଓ ଏବଂ କଙ୍ଗନା ରନୌତଙ୍କ ଫିଲ୍ମ ଜଜମେଂଟାଲ ହୈ କ୍ୟା ଏବେ ଚର୍ଚ୍ଚାରେ ରହିଛି । ନିକଟରେ ଏହି ଫିଲ୍ମର ପ୍ରଥମ ଗୀତ ‘ବଖରା ସ୍ୱାଗ’ ରିଲିଜ ହୋଇଛି ।

ଏହି ଗୀତରେ କଙ୍ଗନା ଏବଂ ରାଜକୁମାର ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଖୁବ ବୋଲ୍ଡ ଏବଂ ହଟ ଲୁକରେ ନଜର ଆସିଛନ୍ତି କଙ୍ଗନା । ଏହା ବ୍ୟତୀତ ଲାଲ ଏବଂ ରୂପେଲି ରଙ୍ଗର ଡ୍ରେସରେ କଙ୍ଗନାଙ୍କ ଲୁକ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି । ଜବରଦସ୍ତ ଅଭିନୟ ସହିତ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି ।

କହିରଖୁଛୁ ଫିଲ୍ମ କ୍ୱିନ ପରେ କଙ୍ଗନା ଏବଂ ରାଜକୁମାରଙ୍କୁ ପୁଣିଥରେ ରୂପେଲି ପରଦାରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଫିଲ୍ମର ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ପ୍ରଥମେ ଫିଲ୍ମର ନାମ ଯଦିଓ ‘ମେଂଟାଲ ହୈ କ୍ୟା’ ରଖାଯାଇଥିଲା, ତେବେ ପରେ ଏହାର ନାମ ପରିବର୍ତ୍ତନ କରାଯାଇ ଜଜମେଂଟାଲ ହୈ କ୍ୟା କରାଯାଇଛି ।

ଏହି ଫିଲ୍ମ ବ୍ୟତୀତ କଙ୍ଗନା ପଙ୍ଗା ଏବଂ ଥଲାଇବିରେ ମଧ୍ୟ ନଜର ଆସିବେ । ଅନ୍ୟ ପକ୍ଷରେ ରାଜକୁମାର ରାଓ ମେଡ ଇନ ଚାଇନା’ରେ ମୌନି ରୟଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More