Only for Entertainment

କାମ କରୁନାହିଁ କାଦର ଖାନଙ୍କ ମସ୍ତିଷ୍କ, ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ।

bollywood tadka
31

ବଲିଉଡ ପ୍ରସିଦ୍ଧ ଅଭିନେତା କାଦର ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ ଗମ୍ଭୀର ହୋଇଥିବାରୁ ତାଙ୍କୁ ବାଇ ପାଇପ ଭେଂଟିଲେଟରରେ ରଖାଯାଇଛି ।ତେବେ ଏହି ସୂଚନା ତାଙ୍କ ପୁଅ ସରଫରାଜଙ୍କ ଠାରୁ ମିଳିଛି ।

ସରଫରାଜଙ୍କ କହିବା ଅନୁସାରେ ପୂରା ଟିମ ତାଙ୍କର ଦେଖାରେଖା କରୁଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନାହିଁ ଏବଂ ନିଃଶ୍ୱାସ ନେବାରେ ତାଙ୍କୁ ସମସ୍ୟା ହେଉଛି,ତେଣୁ ବାଧ୍ୟ ହୋଇ ତାଙ୍କୁ ଭେଂଟିଲେଟରକୁ ସ୍ଥାନାନ୍ତରଣ କରାଯାଇଛି । ନିମୋନିଆରେ ପିଡ଼ିତ କାଦର ଖାନ କଥା ବାର୍ତ୍ତା ବନ୍ଦ କରି ସାରିଛନ୍ତି । ଲମ୍ବା ସମୟ ଧରି ପ୍ରୋଗ୍ରେସିବ ସୁପ୍ରାନ୍ୟୁକ୍ଲିୟର ପାଲସି ଡିସଅର୍ଡ଼ରରେ ପିଡ଼ିତ କାଦରଙ୍କୁ କଥା କହିବା ବ୍ୟତୀତ ଖାଇବା ଏବଂ ଦେଖିବା ଭଳି କେତେକ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇ ଆସୁଛି । ତେଣୁ ଲମ୍ବା ସମୟ ହେବ କାଦର କାନାଡ଼ାରେ ପୁଅ ବୋହୁଙ୍କ ପାଖରେ ରହି ଚିକିତ୍ସିତ ହୋଇ ଆସୁଛନ୍ତ ଏବଂ ଚିକିତ୍ସାରେ କୌଣସି ଅବହେଳା କରିନାହାଁନ୍ତି ସରଫରାଜ ।

 

 

 

ଫିଲ୍ମ କଥା କହିବା ତ କାଦର ଶେଷ ଥର ପାଇଁ ୨୦୧୫ରେ ଫିଲ୍ମ ‘ଦିମାଗ କି ଦହି’ରେ ନଜର ଆସିଥିଲେ । ଯାହାପରେ ଖରାପ ସ୍ୱାସ୍ଥ୍ୟ ହେତୁ ସେ ଫିଲ୍ମରୁ ଦୂରତା ବନାଇ ଦେଇଛନ୍ତି । ତେବେ ୪୩ ବର୍ଷ କ୍ୟାରିଅରରେ କାଦର ୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଏବଂ ୨୫୦ଟି ଫିଲ୍ମରେ ଦମଦାର ଡାଏଲଗ ଲେଖିଛନ୍ତି ଯାହାକୁ ଆଜି ମଧ୍ୟ ଦର୍ଶକ ମନେ ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More