Only for Entertainment

ନିଜ କଥାରେ ପରିବର୍ତ୍ତନ ଆଣି ନିଷ୍ପତ୍ତି ବଦଳାଇଲେ କଙ୍ଗନା ।

youtube
27

ଗତ କିଛି ମାସ ତଳେ କଫି ଉଇଥ୍‌ କରଣରେ ଯୋଗ ଦେଇ ବଲିଉଡ୍‌ରେ ୩ ଖାନ୍‌ ଶାହାରୁଖ୍‌ ,ସଲମାନ ଏବଂ ଆମୀର ଖାନ୍‌ଙ୍କ ସହ ସେ କାମ କରିବାକୁ ଚାହୁଁ ନ ଥିବା କହିଥିଲେ କଙ୍ଗନା ରାନାଓ୍ଵତ୍‌ । ୩ ଖାନ୍‌ଙ୍କ ସହ କାମ କଲେ ତାଙ୍କୁ କୌଣସି ଲାଭ ମିଳିବ ନାହିଁ ଓ ସେ କେବେ ହେଲେ ଏମାନଙ୍କ ସହ କାମ କରିବେ ନାହିଁ ବୋଲି କହିଥିଲେ । କିନ୍ତୁ ଏବେ କଙ୍ଗନା ନିଜର ନିଷ୍ପତ୍ତିି ବଦଳାଇଥିବା ଦେଖା ଯାଇଛି । ସମୟର ଗତିକୁ ନେଇ ସେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ସହ କାମ କରିବା ପାଇଁ ଇଚ୍ଛା ଜାହିର କରିଛନ୍ତି ।

‘ମଣିକର୍ଣ୍ଣିକା’ର ଲଞ୍ଚ ଇଭେଣ୍ଟରେ ତାଙ୍କୁ ସଲମାନ ଖାନ୍‌ଙ୍କ ସହ କାମ କରିବା ନେଇ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତରରେ, ମୁଁ ପ୍ରସୂନ ସାର୍‌ଙ୍କ ସହ ପ୍ରଥମ ଥର କାମ କରିଛି । ଯଦି ମୋତେ ଦ୍ୱିତୀୟ ଥର ସୁଯୋଗ ମିଳେ ମୁଁ ନିଶ୍ଚୟ କରିବି । ସଲମାନ ମୋର ବନ୍ଧୁ । ମୁଁ ତାଙ୍କ ସହ ମଧ୍ୟ କାମ କରିବାକୁ ପସନ୍ଦ କରିବି । ନିର୍ଦ୍ଦେଶକ ହିସାବରେ ହେଉ କି କଳାକାର ହିସାବରେ ହେଉ,ଯେମିତି ବି ହେଉ ମୁଁ ତାଙ୍କ ସାଙ୍ଗରେ କାମ କରିବାକୁ ପସନ୍ଦ କରିବି ବୋଲି କହିଥିଲେ କଙ୍ଗନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More